ହିନ୍ଦ ମଜଦୁର ସଭା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ହିନ୍ଦ ମଜଦୁର ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀ ଭାବେ କାର୍ଯ୍ୟରତ ଶ୍ରମିକଙ୍କ ଉଦ୍ଦେଶ୍ୟରେ କରିଥିବା ଘୋଷଣାକୁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଓ ହିନ୍ଦ ମଜଦୁର ସଭା ଗଞ୍ଜାମ ଜିଲ୍ଲା ପକ୍ଷରୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଛନ୍ତି । ସଂଘର ରାଜ୍ୟ ସଭାପତି ବିଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ୧୨ ଦଫା ସମ୍ବଳିତ ଦାବିପତ୍ର ଦେଇ ବିଭିନ୍ନ ଦାବି ସମ୍ପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ ଓ ସିଜିନାଲ କର୍ମଚାରୀଙ୍କ କନ୍ୟା ଓ ପୁତ୍ରମାନଙ୍କୁ ଛାତ୍ର ବୃତ୍ତି ଦେବା, ସେମାନଙ୍କୁ ଵୋନସ ଓ ପ୍ରୋତ୍ସାହନ ବାବଦରେ ପ୍ରଥମ ପର୍ଯ୍ୟାୟରେ ତୋଳାଳିମାନଙ୍କୁ ୧୦୦୦ ଟଙ୍କା ଓ ବନ୍ଧେଇ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ସହାୟତା ଓ ସିଜିନାଲ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସର୍କଲ ଚେକରମାନଙ୍କର ବାର୍ଷିକ ଗ୍ରାତ୍ୟୁଟି ୭ ଦିନ ପରିବର୍ତ୍ତେ ୧୫ ଦିନ କରିବା ଘୋଷଣା ଅନ୍ତର୍ଭୁକ୍ତ ହୋଇଅଛି । ଏହି ଘୋଷଣା କେନ୍ଦୁପତ୍ର ତୋଳାଳି ଓ ସମସ୍ତ ଶ୍ରମିକଙ୍କ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ସହାୟକ ହେବ ବୋଲି ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ରାଜେନ୍ଦ୍ର ଦାଶ ପ୍ରକାଶ କରିଛନ୍ତି । ସର୍ବପରି ଆଜିର ଘୋଷଣା ଲକ୍ଷ ଲକ୍ଷ ଆଦିବାସୀ ଶ୍ରେଣୀର ମହିଳା ତଥା ଅନ୍ୟାନ୍ୟ ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ସୃଷ୍ଟି କରିଛି ବୋଲି ହିନ୍ଦ ମଜଦୁର ସଭାର ଗଞ୍ଜାମ ଜିଲ୍ଲା ଆବାହକ ସତ୍ୟ ତ୍ରିପାଠୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଶ୍ରମିକ ତଥା ସମାଜବାଦୀ ନେତା ନରସିଂହ ସାହୁ, ନାରୀ ନେତ୍ରୀ ମମତା ନାୟକ, କୋମଳ ପତ୍ର, ଶଙ୍କର ଗୌଡ଼, ଏମ କାଶୀନାଥ ପ୍ରମୁଖ ଯୋଗ ଦେଇଥିଲେ ।