ଭୋଗ ଖାଇ ୩ ପରିବାର ଝାଡା ବାନ୍ତିରେ ପିଡିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀର ଚଢଚୋରମାରା ଗାଁର ଠାକୁରାଣୀ ଭୋଗ ଖାଇ ୩ ପରିବାର ୩ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଜିକେଭଟ୍ଟର ହସ୍‌ପିଟାଲରେ ଚିକିତ୍ସିତ ହୋଇଛନ୍ତି । ହେଲ୍ପ ଫର ୟୁ ଫାଉର୍ଡେସନର ସଭାପତି ମାନସ ରଂଜନ ଧଳ ଓ ତାଙ୍କ ସାଥିମାନେ ଗାଁରେ ପହଞ୍ଚି ଦ୍ରୌପଦୀ ମହାନ୍ତି, ଚାରୁବାଳା ମହାନ୍ତି, ଚିନ୍ମୟ ମହାନ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଜିକେଭଟ୍ଟର ହସ୍‌ପିଟାଲକୁ ଆଣିଥିଲେ । ଆଉ ଏକ ପରିବାର ଗାଁରୁ ସିଧାସଳଖ ବାଲେଶ୍ୱର ଚିକିତ୍ସା ଲାଗି ଯାଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା