ସେବାୟତ ଟିକା ନେଇଥିଲେ ଖୋଲିବ ମନ୍ଦିର : ଜିଲ୍ଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୧ ତାରିଖରୁ ସାମାନ୍ୟ କଟକଣା ସହ ଶପିଂମଲ, ସିନେମାହଲ, ପାର୍କ, ବେଳାଭୂମି ଖୋଲିଛି । କିନ୍ତୁ ଧାର୍ମିକ ପୀଠ ଖୋଲିବାକୁ ଜିଲାପାଳ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ଗଞ୍ଜାମ ଜିଲାରେ ଦୀର୍ଘ ଦିନ ଧରି ଆରାଧ୍ୟ ଦେବତା ମା’ ତାରାତାରିଣୀ ମନ୍ଦିର ମଧ୍ୟ ବନ୍ଦ ରହିଛି । ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ଆଲୋଚନା ଚାଲିଛି ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର କହିଛନ୍ତି । ଉପଜିଲାପାଳ, ସ୍ଥାନୀୟ ତହସିଲଦାରଙ୍କଠାରୁ ମତାମତ ନିଆଯାଇଛି । ତା’ ସହ କୋଭିଡ କଟକଣାକୁ ନେଇ ମନ୍ଦିରର ପ୍ରସ୍ତୁତି କ’ଣ ରହିଛି ଏବଂ ସେବାୟତଙ୍କ ସହ ସେ ସମ୍ପର୍କରେ ଆଲୋଚନା କରାଯିବ । ଚାରିରୁ ପାଞ୍ଚଦିନ ମଧ୍ୟରେ ମନ୍ଦିର ଖୋଲିବା ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏଥିସହ ସେବାୟତମାନେ ଟିକା ନେଇଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରାଯିବ । ଯେଉଁଠି ସେବାୟତ ମାନେ ଟିକା ନେଇଛନ୍ତି ସେଠି ଅଧିକ ପ୍ରଧାନ୍ୟ ଦିଆଯିବ ବୋଲି ଜିଲାପାଳ କହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା