ଡେଙ୍ଗୁର ନିରାକରଣ ଲାଗି ସିପିଏମର ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ୨ୟ ଲହର ଶେଷ ହୋଇନଥିବା ବେଳେ ୩ୟ ଲହର ଆସିବା ସମ୍ପର୍କରେ ବିଶେଷଜ୍ଞମାନେ ସୂଚନା ଦେଉଛନ୍ତି । ଅନ୍ୟପକ୍ଷରେ ଡେଙ୍ଗୁର ପ୍ରକୋପ ବଢିବାରେ ଲାଗିଛି । ଜଳେଶ୍ୱର ମ୍ୟୁନିସିପାଲଟିରେ ଏହାର ନାରାକରଣ ଲାଗି ସତର୍କତାଲାଗି ସିପିଏମ୍ ପକ୍ଷରୁ କେତେକ ଜରୁରୀ ପଦକ୍ଷେପ ନେବାକୁ ଦାବି କରାଯାଇଛି । ନାଳ ନର୍ଦମା ସଫା କରି ରସାୟନ ସିଞ୍ଚନ କରିବା, ମଶା ଧୂଆଁ ବ୍ୟବସ୍ଥା କରିବା, ଲୋକଙ୍କୁ ସଚେତନ କରିବା ଜମୁଥିବା ପାଣିର ନିଷ୍କାସ ଲାଗି ସିପିଏମ୍ ପକ୍ଷରୁ ଦିଲ୍ଲିପ ଗିରି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦି, ଦିଲ୍ଲିପ ପରିଡା, ପଲଟୁ ଦାସ, ସବିତା ଭୂୟାଁ, ସେକ୍ ନଦିମୁଦ୍ଦିନ, ହରିନାରାୟଣ କୁଣ୍ଡ, ସେକ୍ ହବବି, ବିଦ୍ୟାଧର ପାତ୍ର ପ୍ରମୁଖ ପୌର ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।

ରିପୋର୍ଟ :  ଭୂପତି ପରିଡା