ଭାଗିରଥି ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତ ରତ୍ନ ମଦର ଟେରେସାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧା ଶ୍ରୀ ପ୍ୟାଲେସ ଠାରେ ଭାଗିରଥି ଯୁବକ ସଂଘ ପକ୍ଷରୁ ତୃତୀୟ ରକଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏହି ଶିବିର ସକାଳ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ଉଦଘାଟନ କରିବା ସହ ରକ୍ତଦାତା ଓ କର୍ମକର୍ତ୍ତାମାନଙ୍କୁ ଏହି ଭଳି ସମାଜ ସେବା କାର୍ଯ୍ୟ କରିବାକୁ ଉତ୍ସାହିତ କରିବା ସହ ସଫେଇ କର୍ମଚାରୀଙ୍କୁ କ୍ଲବ୍ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ସିଦ୍ଧେଶ୍ୱରୀ ମିଶ୍ର ସଭପତିତ୍ୱ କରିଥିବା ବେଳେ ସମ୍ପାଦକ ବିଜୟ ଜେନା ସମ୍ବର୍ଦ୍ଧନା କାର୍ଯ୍ୟ ତୁଲାଇଥିଲେ । ସେହିଭଳି ସଂଗଠନ ସମ୍ପାଦକ ଇଂ ସୌମ୍ୟବ୍ରତ ସାହୁ ଶିବିରକୁ ପରିଚାଳନ କରିଥିବା ବେଳେ କୋଷାଧ୍ୟକ୍ଷ ମନୋଜ ସେନାପତି, ଉପଦେଷ୍ଟା ସାଗରିକ ମିଶ୍ର, ଅସିତ ରାଉତ, ରଞ୍ଜିତ ସେନାପତି, ରାଜେନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ଶିବିରରେ ଉପସ୍ଥିତ ରହିଥିଲେ । କରୋନା ନିୟମକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ଜାଗାକୁ ସାନିଟାଇଜିଙ୍ଗ କରିବା ସହିତ ଆସୁଥିବା ରକ୍ତଦାତା ମାନଙ୍କର ଶରୀରର ତାପମାତ୍ରା ମାପି ହାତକୁ ସାନିଟାଇଜ କରି ନୂଆ ମାସ୍କ ଓ ଗ୍ଲୋବସ୍ ଦେଇ ଭିତରକୁ ପ୍ରବେଶ କରାଯାଉଥିଲା ଏବଂ ସମସ୍ତ ରକ୍ତଦାତା ମାନଙ୍କ ପାଇଁ ସ୍ୱତନ୍ତ୍ର ବେଡସିଟର ବ୍ୟବସ୍ତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୁଲୁ ସିଂହ, ସ୍ୱାଧୀନ ତ୍ରିପାଠୀ, ସୁବ୍ରତ କୁମାର ମୁଦୁଲି, ସଂଗ୍ରାମ ସେନାପତି, ଅମିତ ସେନାପତି, ସୌମ୍ୟ ପରିଡ଼ା, ସାଗର ବେହେରା, ଅମର ସେନାପତି, ପ୍ରୀତମ ରାଉଳ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ସୁବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।