ସେପ୍ଟେମ୍ବର ପହିଲାରୁ ସରକାରୀ ଅଫିସକୁ ଯିବା ପାଇଁ ଜନସାଧାଣଙ୍କୁ ମିଳିବ ଅନୁମତି…

ଛତ୍ରପୁର (ସମୃଦ୍ଧ ଓଡିଶା) ଆସନ୍ତା ସେପ୍ଟେମ୍ବର ପହିଲାରୁ ଗଞ୍ଜାମ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ଯିବା ପାଇଁ ଅନୁମତି ମିଳିବ । ଶୁକ୍ରବାର ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅତିିରିକ୍ତ ଜିଲାପାଳ ପାରୁଲ ପଟୱାରି ଏହି ସୂଚନା ଦେଇଛନ୍ତି । ପ୍ରକାଶ ଯେ, କରୋନା ନେଇ ଗଞ୍ଜାମର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଯିବା ଆସିବା ସମ୍ପୂର୍ଣ୍ଣ ଭାବେ ନିଷେଧ ରହିଛି । ଛତ୍ରପୁର ସବ୍‌ଡିଭିଜନର ଗ୍ରାମାଞ୍ଚଳରେ ୩୦ ଓ ସହରାଞ୍ଚଳରେ ୧୫କୁ ମିଶାଇ ମୋଟ ୪୫ ମିନି କଣ୍ଟେନମେଣ୍ଟ ଜୋନ୍‌ ରହିଛି । ସେହିପରି ଏହି ସବ୍‌ଡିଭିଜନ ଅଧୀନ ୯୫୧ ଗାଁ ମଧ୍ୟରୁ ୭୭୧ଟି ଗାଁ ଏବଂ ସହରାଞ୍ଚଳରେ ଥିବା ୧୩୬ ୱାର୍ଡ ମଧ୍ୟରୁ ୯୬ଟି ୱାର୍ଡ ଗ୍ରୀନ୍‌ ଜୋନ୍‌ରେ ରହିଛି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୧୪ ଜଣ ପ୍ଲାଜମା ଦାନ ପାଇଁ ଚିହ୍ନଟ ହୋଇଥିବା ସ୍ୱତନ୍ତ୍ର ଏଡିଏମ୍‌ କହିଛନ୍ତି । ଏହି ଖବରଦାତା ସମ୍ମିଳନୀରେ ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା