ଭାଗବତଟୁଙ୍ଗିର ବାର୍ଷିକ ଉତ୍ସବ ଓ ରାହାସ ପୂର୍ଣ୍ଣିମା ଉପଲକ୍ଷେ ବୋଇତବନ୍ଧାଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ନାମ୍ପୋ ଗ୍ରାମରେ ଥିବା ଭାଗବତଟୁଙ୍ଗିର ବାର୍ଷିକ ଉତ୍ସବ ଓ ୫ ଦିନ ବ୍ୟାପି ପାଳନ ହେଉଥିବା ସାର୍ବଜନୀନ ରାହାସପୂର୍ଣ୍ଣିମାର ଉଦ୍‌ଯାପିନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱର କଳାକାର ପରିଷଦ ପକ୍ଷରୁ ଆଜି ଅପରାହ୍ନରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶାଳ ପଟୁଆର ନାମ୍ପୋ ହାଟପଡିଆରୁ ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ ଗଲାପରେ ସେଠାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ସୀତାକନ୍ତ ଜେନା ସଭାପତିତ୍ୱ କରି ସଂସ୍କୃତି, ପରମ୍ପରା, ଭାଇଚାରା ସମାଜରୁ ଦୂରେଇ ଯାଉଥିବା ସଂପର୍କରେ କହିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କଳା, ସଂସ୍କୃତି ଓ ଇତିହାସ ସମାଜର ପ୍ରଗତିର ସୂତ୍ରଧର ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଜିଲା ରକ୍ତଦାତା ସଂଘର ସଭାପତି ତଥା ସମାଜସେବି କମଳ ଚକ୍ରବର୍ତ୍ତୀ ଯୋଗଦେଇ ଭାଷା, ସାହିତ୍ୟ ଓ ପରମ୍ପକରାକୁ କଳାକାର ମାନେ ବଂଚାଇ ରଖିଥିବା ବେଳେ ସେମାନଙ୍କୁ ସେମାନଙ୍କର ମଂଚ ଫେରାଇଦେବାକୁ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଶଂକର ଦାସ, ଶିକ୍ଷକ ବଂକିମ ଚନ୍ଦ୍ର ଦେ, ଅକ୍ଷୟ କୁମାର ଜେନା, ସୁଧିର କୁମାର ଜେନା, ଅରୁଣ କୁମାର ରାଉଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଳା ବଂଚିରେ ଐତିହ୍ୟ ବଂଚିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ କଳା ଓ କଳାକାର ବିକାଶ ପରିଷଦର ସଂପାଦକ ମନୋରଂଜନ ଦାସ ସଂଚାଳନ କରିଥିବା ବେଳେ ସଭାପତି ଚନ୍ଦ୍ରମୋହନ ରାଉଳ ଅତିଥିପରିଚୟ ଓ ପ୍ରାରମ୍ଭିକ ୂସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଓଲମରାର ଶୀତଳାମାତା ବ୍ୟାଣ୍ଡ, ମୁଣୁତୁଣିଆର ଜୟଚଣ୍ଡି ବ୍ୟାଣ୍ଡ, ମାହାଲସାହିର ଦୁଧିଆବଡାମ୍ ଭଜନ ସଂଘ, ବ୍ରହ୍ମାପୁରର ଦୁଧିଆବଡାମ୍ ଲୋକନୃତ୍ୟ, ମାକିଡିଆର ଜୁଡିମହୁରୀ, କୁଆଁରପୁରର ଜଂଗନ୍ନାଥ ସଂକିର୍ତ୍ତନ ସଂଘ, ଓଲମରାର ଭଗବତୀ ସଂକୀର୍ତ୍ତନ ମଣ୍ଡଳୀ ସଂଘ ସହିତ ଗୌରାଙ୍ଗ ମୁଦୁଲି, ବରେନ୍ଦ୍ର ଘଡେଇ, ଅଭିମନ୍ୟୁ ଦେହୁରୀ, ବରେନ୍ଦ୍ର ନାୟକ, ବିଭିଷଣ ବର୍ଷାଳ, ବାସୁଦେବ ଦାସ, ମମତା ରାଜ, ବୀଣାପାଣୀ ପଣ୍ଡା, ବାହାଦୁର ମାରାଣ୍ଡି, ଅଜିତ୍ ନନ୍ଦି, ଚନ୍ଦ୍ର ଶେଖର ରଣାଙ୍କୁ ପୁଷ୍କଗୁଚ୍ଚଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାକାର୍ଯ୍ୟ ଶେଷରେ ସ୍ଥାନୀୟ ବଡ ପୋଖରୀରେ ବୋଲିତବନ୍ଧାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଧିରେନ୍ଦ୍ର ସିଂ, ରାଜକୁମାର ରାଉଳ, କେଦାରନାଥ ବାରିକ, ବିଶ୍ୱନାଥ ପରିଡା, ଗିତାରାଣୀ ରାଉଳ, ଶୀତଳ ଜେନା, ପ୍ରଫୁଲ୍ଲ ଜେନା, ରବିନ୍ଦ୍ର ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା