ଗୌରଗୋପାଳ ଦାସଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡ଼ିଶା) ଜଳେଶ୍ୱର ବ୍ଲକର ରାୟାଁରାମଚନ୍ଦ୍ରପୁର ଗ୍ରାମରେ ଆଜି ଏ ଅଂଚଳର ସଂଗ୍ରାମୀ ତଥା ଟାଣୁଆ ନେତା ସ୍ୱର୍ଗତ ଗୌରଗୋପାଳ ଦାସଙ୍କ ୬ଷ୍ଠ ଶ୍ରାଦ୍ଧାବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଜେଡି ମହିଳା ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନା, ଜିଲାପରିଷଦ ସାବିତ୍ରୀ ଦାସ, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ଜେନା, ସମବାୟବିତ୍ ମାନସ ଜେନା, ଜୀବନବିନ୍ଦୁ ବ୍ଲକ ସଂଯୋଜକ ମଧୁସୂଦନ ସେନାପତି, ସମିତି ସଦସ୍ୟା ସଂଚିତା ସେନାପତି, ସରପଂଚ ପ୍ରତିନିଧି ପ୍ରବୀର କୁମାର ଦାସ, ଗୋବିନ୍ଦ ସାହୁ, ବରିଷ୍ଠ ସାମ୍ବାଦିକ ଭୂପତି ପରିଡା, ନନିଗୋପାଳ ଦାସ, ସପନ କୁମାର ଦାସ, ଶିକ୍ଷକ ନେତା ମନୋରଂଜନ ଦାସ, ପ୍ରାକ୍ତନ ଶିକ୍ଷକ ଶଶାଙ୍କ ଶେଖର ମହାନ୍ତି, ବରିଷ୍ଠ ଆଇନ୍‌ଜିବୀ ନିତ୍ୟଗୋପାଳ ଦାସ, ବିଶ୍ୱନାଥ ଦାସ ମହାପାତ୍ର, ବିନୋଦ କୁମାର ଗିରି, ଝିଅ ଓ ଜ୍ୱାଇଁ ଯୋଗ ଦେଇ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ । ସ୍ୱର୍ଗତ ଦାସଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଆର୍‌ଆର୍‌ପୁର-ଜଳେଶ୍ୱର ରାସ୍ତା ଓ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ସ୍ମୃତିଚାରଣ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା