ମେ ଆଇ ହେଲ୍ପ ୟୁ ପକ୍ଷରୁ ବୋଇତବନ୍ଧାଣ ଓ କମ୍ବଳ ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ସାମାଜିକ ସଂଗଠନ ମେଆଇ ହେଲ୍ପ ୟୁ ପକ୍ଷରୁ ଆଜି ରାହାସ ପୂର୍ଣ୍ଣିମା ଉପଲକ୍ଷେ ବୋଇତ ପୂର୍ଣ୍ଣିମା ଉପଲକ୍ଷେ ବୋଇତବନ୍ଧାଣ ଓ ଗରିବ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଡିଷ୍ଟ୍ରିବ୍ୟୁଟିଭ୍ ପୋଖରୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କ ପୂଜାଚ୍ଚନା କରିବା ପରେ ୮ଫୁଟ ଲମ୍ବର ଏକ ବୋଲି ବନ୍ଦାଣ କରାଯାଇ ଭଷା ଯାଇଥିଲା । ଏଥିରେ ଡ. ରମାକାନ୍ତ ଭଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାହାସପୂଣ୍ଣମୀ ଓ ବୋଇତବନ୍ଦାଣ ସଂପର୍କରେ ସୂଚନା ଦେଇଥିଲେ । ଏହାପରେ ବାସନ୍ତୀପଡିଆଠାରେ ଥିବା ୨ଶହ ଆଦିବାସୀ ଓ ହରିଜନ ବୃଦ୍ଧବୃଦ୍ଧିଙ୍କୁ ସଂଗଠନର ଉପଦେଷ୍ଟା ଶାନ୍ତନୁ ସେନାପତି କମ୍ବଳ ଓ ଶୁଖିଲା ଖାଦ୍ୟ, ଖେଚୁଡି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଜଗନ୍ନାଥ ପରିଡା, ପ୍ରଶାନ୍ତ ଘୋଷ, ନରହରୀ ବେହେରା, ଅଜୟ ବାଗ, ମନୋରଂଜନ ପ୍ରଧାନ, ସୁର୍ଯେନ୍ଦୁ କର, ରଂଜନ ପାତ୍ର, କୁମୁଦିନୀ ବ୍ରହ୍ମ, କୃଷ୍ଣାକୁମାରୀ ବେହେରା, ବରୁଣ ଜେନା, ଦେବବ୍ରତ ପଣ୍ଡା, କିଶୋର ସାହୁ, ସୁଚିସ୍ମିତା ପ୍ରଧାନ, ସତ୍ୟବ୍ରତ ପ୍ରମାଣିକ, ଏମ୍‌ଡି ରାଜୁ, ଏଲ୍‌ଏନ୍ ଘୋଷ, ରମେଶ ଜେନା, ସୁଷମା ପ୍ରଧାନ, ଗୀତାରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା