ବି.କରଡାବାଡ଼ି ପଞ୍ଚାୟତର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ…

ବୁଗୁଡା (ସମୃଦ୍ଧ ଓଡିଶା) ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳିର ବୁଗୁଡା ବ୍ଲକ ବି.କରଡାବାଡ଼ି ପଞ୍ଚାୟତରେ ହୋଇଥିବ ଉପନିର୍ବାଚନରେ ବିଜେପି ସମର୍ଥନର ପାର୍ଥି ନିତ୍ୟନନ୍ଦ ବିପୁଳ ଭୋଟରେ ନିକଟତମ ବିଜେଡି ପାର୍ଥିଙ୍କୁ ପରାସ୍ତକରି ବିଜୟ ହୋଇଛନ୍ତି । ଏହି ବିଜୟ ଆଗକୁ ଅସୁଥିବା ପଞ୍ଚାୟତ ଭୋଟ ବିଜେଡିକୁ ବହୁତ ମହଙ୍ଗା ପଡିବା ସହ ବିଜେପି ମୋନବଳ ଦୀଗୁଣା ହେବା ସହ କର୍ମୀମାନଙ୍କ ଆଗ୍ରହ ବଢ଼ିବ ବୋଲି ବୁଗୁଡାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ତାସହ ବୁଗୁଡା ବ୍ଲକରେ ବିଜେପି ବିଜୟକୁ ନେଇ ଖୁସି ଖେଳିଯାଇଛି । ଏ ହାକୁ ନେଇ ଘୁମୁସର ବିଜେପି ସଭାପତି ଗୋକୁଳାନନ୍ଦ ମଳିକ ଓ ଉପସଭାପତି ପ୍ରଭକାର ପଣ୍ଡା ଉଭୟେ କର୍ମୀମାନଙ୍କ ମୋନବଳ ବଢ଼ାଇ ଆଗକୁ ଆସୁଥିବା ଇଲେକ୍ସନ ଯୋର ସୋରରେ ପଞ୍ଚାୟତ ସଙ୍ଘଠନ କାର୍ଯ୍ୟକ୍ରମ ଆରମ୍ଭ କରି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି । ସଭାପତି ପଣ୍ଡା ଓ ମଳିକ ଏ ମାନେ କହିଛନ୍ତି ବିଜେଡି ପଞ୍ଚାୟତ ମାନଙ୍କରେ ଯୋଭଳି ପାତ ରାନ୍ତର କରିଛି ତାହାର ଜବାବ ଆଗା ମି ଦିନରେ ଭୋଟର ବିଜେଡିକୁ ପଞ୍ଚାୟତ ଭୋଟରେ ଧୂଳି ସାତ କରି ବିଜେପିକୁ ବିଜୟ କରିବେବୋଲି ସେମାନେ କହିଛନ୍ତି ।