ବିଶିଷ୍ଟ ସ୍ୱାସ୍ଥ୍ୟକର୍ମୀଙ୍କ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ନହଞ୍ଜରା ଗାଁରା ୧୯୩୪ ମସିହାରେ ଜନ୍ମ ଗ୍ରହଣ କରିଥିବା ନଗେନ୍ଦ୍ର ବ୍ରହ୍ମ ଜଣେ ବିଶିଷ୍ଟ ସ୍ୱାସ୍ଥ୍ୟକର୍ମୀ ଭାବେ ଏ ଅଂଚଳରେ ପରିଚିତ ଥିବା ବେଳେ ୯୫ ବର୍ଷ ବୟସରେ ଆଜି ମୃତ୍ୟୁବରଣ କରିଛନ୍ତି । ସେ ଗଞ୍ଜାମର ବ୍ରହ୍ମପୁର, କେଉଁଝର, ଜଳେଶ୍ୱରର ଖୁଆଡ, ଭୋଗରାଇରେ ସ୍ୱାସ୍ଥ୍ୟକର୍ମୀ ଭାବେ କାମ କରି ୧୯୯୧ରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଚାରିପୁଅ, ଜଣେ ଝିଅ, ବିଧବା ସ୍ତ୍ରୀ କିରଣବାଳା ଓ ନାତି ନାତୁଣି ଉପସ୍ଥିତ ଥିଲେ । ଜ୍ୟେଷ୍ଠପୁତ୍ର ରହିଶଂକର ନିଜ ଗାଁ ଶ୍ମଶାନରେ ମୁଖାଗ୍ନି ଦେଇଥିଲେ ।