ବିଶିଷ୍ଟ ସମାଜସେବୀ ନବଘନ ନାୟକଙ୍କ ଦେହାନ୍ତ…

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଜନେତା ନବଘନ ନାୟକଙ୍କ ଏପ୍ରିଲ ୭ ତାରିଖ ସକାଳ ପ୍ରାୟ ୯ ସମୟରେ ୮୭ ବର୍ଷ ବୟସରେ ନିଜ ଗ୍ରାମ ତାକରଡ଼ାରେ ଦେହାନ୍ତ ହୋଇଯାଇଛି । ବିଜୁବାବୁଙ୍କ ଦୃଢ଼ ସମର୍ଥକ ସ୍ୱର୍ଗତ ନବଘନ ନାୟକ ଛାତ୍ର ଜୀବନରୁ ରାଜନୀତିରେ ଅଂଶ ଗ୍ରହଣ କରି ଆସିଥିଲେ । ସେ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ସମେତ ବୁଗୁଡା ବ୍ଲକ ଅଧ୍ୟକ୍ଷ ଓ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ଦାୟିତ୍ୱ ତୁଲାଇଥିଲେ । ନବଘନ ବାବୁଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ବିଭିନ୍ନ ଦଳର ରାଜନେତାଙ୍କ ସମେତ ବହୁ ସମର୍ଥକ ତାଙ୍କର ଶେଷ ଦର୍ଶନ ପାଇଁ ଆସିଥିବା ବେଳେ ବୁଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।