ଦୀନକୃଷ୍ଣ କଲେଜରେ ଏନ୍‌ସିସି ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଦୀନକୃଷ୍ଣ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏକ ସ୍ୱସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । ଏନ୍‌ସିସି ଅଫିସର ଧନେଶ୍ୱର ସେଠୀଙ୍କ ପୌରହିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଅଧ୍ୟକ୍ଷ ରମେଶ ଚନ୍ଦ୍ର ରାଉତ ଏହାକୁ ଉଦ୍‌ଘାଟନ କରି ସାମ୍ପ୍ରତିକ ସମାଜରେ ସୁସ୍ଥ ଜୀବନ ଲାଗି କସରତ , ବ୍ୟାମ୍‌ର ଆବଶ୍ୟକତା ସଂପର୍କରେ କହିଥିଲେ । ଅଧ୍ୟାପକ ବିଜୟ ମଲ୍ଲିକ, ପ୍ରାଧ୍ୟାପକ ସୁଧାଂଶୁ ସେଖର ଗିରି, ରାଧାରଂଜନ ସେନାପତି, ସନ୍ୟାସୀ ପାତ୍ର, ବ୍ରଜମୋହନ ପଟ୍ଟାୟତ, ଦୀପକ ସେନାପତି, ଗୋପାଳ ପ୍ରସାଦ ଗୁପ୍ତା ପ୍ରମୁଖ ଏଥିରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସିନିୟର କ୍ୟାଡେଡ୍ ମହେଶ୍ୱର ବେହେରା, ସତ୍ୟସାଇ ଜେନା ନେତୃତ୍ୱ ନେଇଥିବା ବେଳେ ନମିତା ଧଳ, ଭଗବତି ନାୟକ, ପାର୍ଥ ପ୍ରକାଶ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।