ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ୧୧୦ତମ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସଂସ୍କୃତ ଭାରତର ପ୍ରାଚୀନ ତଥା ଦେବଭାଷା ରୂପେ ସମସ୍ତଙ୍କର ବିଶ୍ୱାସଭାଜନ ହୋଇପାରିଛି । ସଂସ୍କୃତ ଭାଷା ହେଉଛି ଏକ ସରଳ ଓ ବୋଧଗମ୍ୟ । ତେଣୁ ଏହି ଭାଷାରେ ଅଧ୍ୟୟନ କରୁଥିବା ଛ।ତ୍ରଛାତ୍ରୀମାନେ ନିଜକୁ ଗର୍ବିତ କରିବା ଉଚିତ ବୋଲି ବାଲେଶ୍ୱର ଉପଜିଲାପାଳ ତଥା ପରିଚଳାନା କମିଟି ସଭାପତି ନିଲୁ ମହାପାତ୍ର ମତବ୍ୟକ୍ତ କରିଛନ୍ତି । ସୋମବାର ଅପରାହ୍ନରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶାଳିକୋଠାସ୍ଥିତ ବାଗୀଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ୧୧୦ତମ ବାର୍ଷିକ ଉତ୍ସବରେ ପୌରହିତ୍ୱ କରି ଏହି ସର୍ବପୁରାତନ ମହାବିଦ୍ୟାଳୟର ସାମଗ୍ରୀକ ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ସଂଗେ ସଂଗେ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଉଲକେଲା ସ୍ଥିତ ବେଦବ୍ୟାସ ସଂସ୍କୃତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀନିବାସ ପାଠୀଶର୍ମା ଯୋଗଦେଇ ସଂସ୍କୃତ ଭାଷାର ଅଭିବୃଦ୍ଧି ସଂପର୍କରେ ବର୍ଣ୍ଣନା କରିୀଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିବା ସଂଗେ ସଂଗେ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ବଡକିଆ ସଂସ୍କୃତ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ସମର ବଲ୍ଲଭ ନାୟକ, ଆରୁହା ସରପଂଚ ହରିଶ୍ଚନ୍ଦ୍ର ଭୂୟାଁ, ସମିତି ସଦସ୍ୟ ରାଜେନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ । ପ୍ରାରମ୍ଭରେ ଅଧ୍ୟାପକ କାଳୀକଂକର ଧର ଓ ଅଧ୍ୟାପକ କାର୍ତ୍ତିକଶ୍ୱେର ପାତ୍ର ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠାନର ତ୍ରୌମାସିକ ସଂସ୍କୃତ ପତ୍ରିକା ସ୍ମୃତି ବାଗୀଶ୍ୱରୀ ଲୋକର୍ପିତ ହୋଇଥିଲା । ଶେଷରେ ଅଧ୍ୟାପକ ସମର ବଲ୍ଲଭ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା