ଜଳେଶ୍ୱରରେ ନୂତନ ବିଇଓଙ୍କ ଦାୟିତ୍ୱ ଗ୍ରହଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ସୁଧାଂସୁ ଶେଖର ଜେନା ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜେନା ଏବେ ବାଲେଶ୍ୱର ଟାଉନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରୁଛନ୍ତି । ଏଠାରେ ବିଇଓ ବିଜୟ କୁମାର ନାଥଙ୍କ ଅବସରଗ୍ରହଣ ପରେ ଏବିଇଓ ଲଲାଟେନ୍ଦୁ ଜେନା ଦାୟିତ୍ୱରେ ଥିବାରୁ ତାଙ୍କଠାରୁ ଶ୍ରୀ ଜେନା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଧାଂସୁ ଶେଖର ଜେନା ୧୯୯୬ ମସିହାରେ ଗଂଜାମ ଜିଲାରେ ଶିକ୍ଷକତା ଆରମ୍ଭ କରିଥିବା ବେଳେ ପଦୋନ୍ନତି ପାଇ ଜାଜପୁର ଟାଉନ୍‌ସ୍ଥିତ ବିରଜା ହାଇସ୍କୁଲର ପ୍ରଧାନ ଶିକ୍ଷକ, ଯାଜପୁର ସଦର ଗୋଷ୍ଠି ଶିକ୍ଷାଧିକାରୀ, ବାଲିଆପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଭାବେ କାର୍ଯ୍ୟ କରିଛନ୍ତି । ତାଙ୍କ ଘର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଡିଙ୍ଗାଶୋଳ ଗ୍ରାମରେ । ଆଜି ଶ୍ରୀ ଜେନା ଦାୟିତ୍ୱ ଗ୍ରହଣ କଲାପରେ ଲଲାଟେନ୍ଦୁ ଜେନା, ଏବିଇଓ ବନବିହାରୀ ଦାସ ଅଧିକାରୀ, ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ, ମାଧବଚନ୍ଦ୍ର ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷକ ତଥା ଓଷ୍ଟାର ଜିଲା ସଂପାଦକ ମନୋରଂଜନ ଦାସ, ଟାଉନ୍ ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷକ ଡ. ଅଜିତ୍ କୁମାର ମହାନ୍ତି, ଶିକ୍ଷକ ସୁକୁମାର ମିଶ୍ର, ହରିଶଂକର ମହାନ୍ତି, ବ୍ଲକ ନୋଡାଲ ଅଫିସର ମୂରଲୀ ମୋହନ ପ୍ରଧାନ, ସରୋଜ କୁମାର ପାଣିଗ୍ରାହୀଙ୍କ ସହିତ ଓଷ୍ଟା ସଂଗଠନ, ବିଭିନ୍ନ ଶିକ୍ଷକ ସଂଗଠନ ପ୍ରକ୍ଷରୁ ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ବରିଷ୍ଠ ସାମ୍ବାଦିକ ସୁ କୁମାର ରଣା, ମନୋଜ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା