ନୂତନ ବିଜୁ ନିର୍ମାଣ ଶ୍ରମିକ ସଭାପତି ହେଲେ ବିଷ୍ଣୁସେନ ସାହୁ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଷ୍ଣୁସେନ ସାହୁ ଢେଙ୍କାନାଳ ନୂତନ ବିଜୁ ନିର୍ମାଣ ଶ୍ରମିକ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।ସୂଚନା ଅନୁଯାୟୀ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ପଞ୍ଚାୟତ ସୋଲଗାଁ ବିମ୍ବାଧର ସାହୁଙ୍କ ଜ୍ୟୋଷ୍ଠ ପୁତ୍ର ବିଷ୍ଣୁସେନ ସାହୁ । ନିଜ ଜନ୍ମ ମାଟିର ଲୋକମାନଙ୍କୁ ସେବା ଯୋଗାଇ ମହତ୍ୱ ଦେଖାଇ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ସେ ପ୍ରକାଶ କରିନ୍ତି । ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରି ୧୯୭୮ ମସିହାରେ ଦଦାରାଘାଟି ଡ୍ୟାମ ଦ୍ୱାରା ସୋଲଗାଁ ବୁଡ଼ିଯାଇଥିଲା ।  ଏହି ଗ୍ରାମର ଛିନ୍ନ ବିଛିନ୍ନ ହୋଇ ତିନି ଭାଗରେ ବିଭକ୍ତ ହୋଇ ପରଜଙ୍ଗ ବ୍ଲକର ୧ ନମ୍ୱର କଲୋନୀ ୫ ନମ୍ବର କଲୋନୀ କଙ୍କଡ଼ାହାଡ଼ ବ୍ଲକର କଣ୍ଟାପାଳ ଏବଂ ୮୦ ପରିବାରକୁ ନେଇ ସୋଲଗାଁ ଅବସ୍ଥିତ । ଅକ୍ଲାନ୍ତ ପରିଶ୍ରମରେ ବିଷ୍ଣୁସେନ ସାହୁ ଏକ ସୁନ୍ଦର ଗାଁ’ରେ ପରିଣତ କରିଛନ୍ତି ଏକ ଆଦର୍ଶ ଗ୍ରାମ କରିବେ ବୋଲି ଚେଷ୍ଟା ଚଳାଇଛନ୍ତି ବୋଲି କୁହାଯାଇଛି । ସେ ପିଲା ଦିନଠାରୁ ଲୋକସେବାରେ ଆଗ୍ରହ କରି ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ ସ୍ଥାନୀୟ ବିଧାୟକ ଏବଂ ପ୍ରଶାସନ ପାଖରେ ପହଞ୍ଚି ସରକାରଙ୍କ ତରଫରୁ ସ୍କୁଲ ଜମି ହରା ହୋଇଥିବା ପରିବାରକୁ ଜମି ପଟ୍ଟା ଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା, ଘରପଟ୍ଟା ପକ୍କାଘର, ପକ୍କାରାସ୍ତା, ବିଦ୍ୟୁତ, ପାଣିର ସୁବିଧା ନିର୍ମାଣ କରିବା ପର୍ଯ୍ୟନ୍ତ ନିସ୍ଵାର୍ଥପର ଭାବେ ସାହାର୍ଯ୍ୟ କରି ଆସୁଛନ୍ତି । ସେଥିପାଇଁ ଅଞ୍ଚଳର କିଛି ଲୋକ ଗ୍ରାମର ବିଶ୍ୱକର୍ମା ବୋଲି ସ୍ନେହରେ ତାଙ୍କୁ ଡାକନ୍ତି । ଗତ ୨୫/୫/୨୦୨୦ରେ ବିଷ୍ଣୁ ସାହୁଙ୍କୁ କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତିକ ସାହୁ ଓ ସ୍ଥାନୀୟ ବିଧାୟକ ସୁପାରିଶ କ୍ରମେ କଙ୍କଡ଼ାହାଡ଼ ବ୍ଲକରେ ବିଜୁ ନିର୍ମାଣ ଶ୍ରମିକ ସଭାପତି ଭାବରେ ଦାୟିତ୍ୱ ଦେଇଥିବା ଜଣାପଡିଛି ।

ରିପୋର୍ଟ : ଶୁଭମ ପାଣି