ନିଶାମୁକ୍ତ ଜଳେଶ୍ୱର ଦାବିରେ ମିଳିତ ଗଣ ପ୍ରତିବାଦ : ରାଜ୍ୟପାଳଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଦିନକୁ ଦିନ ନିଶାକାରବାରରେ ହବ୍ ପାଲଟିଥିବା ବେଳେ ତାହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି । ଜଳେଶ୍ୱରର କେତେକ ନିଶାବ୍ୟବସାୟୀଙ୍କ ଦ୍ୱାରା ସୁଦୁର ବାଂଲାଦେଶରୁ ବ୍ରାଉନସୁଗର ଏଠାକୁ ଅଣାଯାଇ ସମଗ୍ର ଓଡିଶାକୁ ପ୍ରେରଣ କରାଯାଉଥିବା ଗୁଇନ୍ଦା ନିକଟରେ ତଥ୍ୟ ଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁ ନାହିଁ । ପଶ୍ଚିମବଙ୍ଗରୁ ନକଲି ମଦ ଓ ଗଂଜେଇ ଚାଲାଣ ହେଉଥିବାରୁ ସ୍ଥାନୀୟ ଯୁବକମାନେ ଉଦ୍‌ଭ୍ରାନ୍ତ ହେବା ସହିତ ପାରିବାରିକ ବିଶୃଙ୍ଖଳା ସୃଷ୍ଟି ହେଉଛି । ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାଲାଗି ଆଜି ବୁଧବାର ପୂର୍ବାହ୍ନରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ନିଶା ନିବାରଣ ଅଭିଯାନ ପକ୍ଷରୁ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ମିଳିତ ନିଶା ନିବାରଣ ଅଭିଯାନର ସଭାପତି କମଳ ଚକ୍ରବର୍ତ୍ତୀଙ୍କ ପୌରହିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂପାଦକ ଅରୁଣ ବେଜ ଯୋଗ ଦେଇ ପ୍ରଶାସନର ଅବହେଳାରୁ ଜଳେଶ୍ୱରରେ ନିଶାକାରବାର ବୃଦ୍ଧି ପାଉଥିବା ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ସଭାପତି ଡ. ଅଦୈତ୍ୟ ପାତ୍ର, ଦିଲ୍ଲିପ ଗିରି, ସିତାଂଶୁ ସେନାପତି, ରମାକାନ୍ତ ଭଞ୍ଜ, ଡ. ଲଳିତ ରଞ୍ଜନ ସେନାପତି, ସୁଦାମ ପାତ୍ର, ଶ୍ରୀକୃଷ୍ଣ ଗୁପ୍ତା, ରାଜୀବ ପରିଡା, ଜ୍ଞାନରଞ୍ଜନ ସାହୁ, ଗୋବିନ୍ଦ ସାହୁ, ହେମନ୍ତ ବ୍ରହ୍ମ, ଜିତାଂଶୁ ନନ୍ଦି, କାର୍ତ୍ତିକ ଚନ୍ଦ୍ର ବାରିକ, ପ୍ରଦୀପ ମହାନ୍ତି, ରାଧାରାଣୀ ପାତ୍ର, ହେମନ୍ତ ଗିରି, ମନୋରଂଜନ ଦାସ, ଚନ୍ଦମୋହନ ରାଉଳ, ଲକ୍ଷ୍ମିନାରାୟଣ ପ୍ରଧାନ, ମଧୁ ଦତ୍ତ, ରବିନ୍ଦ୍ର ବାରିକ, ସଂଧ୍ୟାରାଣୀ ସେନାପତି, ସରସ୍ୱତୀ ଜେନା, ସ୍ନେହଲତା ଜେନା, କନକଲତା ଜେନା, ଅପର୍ଣ୍ଣା ଚୌଧୁରୀ, ଯଶୋମତି କରଣ, ଶିବାନୀ ପ୍ରଧାନ ପ୍ରମୁଖ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜଳେଶ୍ୱରରେ ନିଶାକାରବାରକୁ ସଂପୂର୍ଣ୍ଣ ବନ୍ଦ କରିବା ସହିତ ଏକାର ବିତରଣ, ବ୍ୟବହାର, ବିକ୍ରି ଇତ୍ୟାଦିକୁ ବନ୍ଦ କରିବାଲାଗି ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକଙ୍କ ମାଧ୍ୟମରେ ରାଜ୍ୟପାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଶାସନ ଏଥିରେ ବିଫଳ ହେଲେ ଆସନ୍ତା ଦିନରେ ଏହି ଅଭିଯାନ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥ ଅବଲମ୍ବନ କରାଯିବ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା