ଜଳେଶ୍ୱର ବ୍ଲକରେ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଳମ୍ବରେ ହେଲେ ମଧ୍ୟ ୨୦୨୦-୨୧ ମସିହାର ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲାର ଜଳେଶ୍ୱର ଗୋଷ୍ଠି ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧିନରେ ମୋଟ ୩୨୭ ଜଣ ପରୀକ୍ଷାର୍ଥୀ ନାମ ପଂଜିକରଣ କରିଥିଲେ । ଜଳେଶ୍ୱର ମଣ୍ଡଳରେ ଆର୍‌.କେ. ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୯୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୦ଜଣ ପରୀକ୍ଷା ଦେଇଥିବା ବେଳେ ରାଇବଣିଆ ମଣ୍ଡଳରେ ଆର୍‌.ବି.ସି ଉଚ୍ଚ ବିଦ୍ୟାଳୟରେ ୧୩୦ ଜଣଙ୍କ ମଧ୍ୟରୁ ୧୧୦ ଜଣ ପରୀକ୍ଷା ଦେଇଥିଲେ । ରାଇବଣିଆ ମଣ୍ଡଳରେ ସିଆର୍‌ସି ଗଜେନ୍ଦ୍ର ବେହେରା ଓ ନିବେଦିତା ନାୟକ ପରୀକ୍ଷା ପରିଚାଳନା କରିଥିବା ବେଳେ ଜଳେଶ୍ୱରରେ ଏବିଇଓ ଅଜୟ ଜେନା ପରୀକ୍ଷା ପରିଦର୍ଶକଭାବେ କାର୍ଯ୍ୟ କରିଥିଲେ । ଉକ୍ତ ପରୀକ୍ଷା କୋଭିଡ ନିୟମ ଅନୁଯାଇ ଅନୁଷ୍ଠିତ ହୋଇଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା