ନାମ୍ପୋ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ : ୩ ତାରିଖ ସୁଦ୍ଧା ସ୍ଥାୟୀ ଡାକ୍ତର ନିଯୁକ୍ତି ନ ହେଲେ ୪ରେ ଆମରଣ ଅନଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଡାକ୍ତର ନ ଥିବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଛି । ନାମ୍ପୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ନ ଥିବାରୁ ଅଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ମହିଳା ସଂଗଠନ ସେ ସମ୍ପର୍କରେ ବାରମ୍ବାର ବିଭାଗୀୟ ଉଚ୍ଚପଦସ୍ଥ କର୍ମକତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି । ଗତ ଡିସେମ୍ବର ୪ରେ ନାମ୍ପୋ ଅଂଚଳର ବହୁ ବ୍ୟକ୍ତି ବାଲେଶ୍ୱର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଡାକ୍ତର ନିଯୁକ୍ତି ସଂପର୍କରେ ଦାବି ଜଣାଇଥିଲେ । କିନ୍ତୁ ଏହାର ସମାଧାନ ହୋଇନଥିବାରୁ ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ଲାଗି ଆଜି ଶୁକ୍ରବାର ଗୋପାଳ ଚନ୍ଦ୍ର ଦତ୍ତ, ସୁମତୀ ଦେ, ଜଗଦିଶ ପ୍ରଧାନ, ସତ୍ୟରଂଜନ ଦତ୍ତ, ରଣଜିତ୍ ସେନାପତି, ଅକ୍ଷୟ କୁମାର ଜେନା, ସର୍ବେଶ୍ୱର ଦାସ, ସଂଜୟ ଦାସ ପ୍ରମୁଖ ଜିଲା ମୁଖ୍ୟଚିକିତ୍ସାଧିକାରୀ ଏବଂ ଜଳେଶ୍ୱର ଆଇଆଇସି, ଏସ୍‌ଡିପିଓ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୩ ତାରିଖ ସୁଦ୍ଧା ଡାକ୍ତର ନିଯୁକ୍ତି ନ ହେଲେ ୪ ତାରିଖରୁ ଆମରଣ ଅନସନରେ ବସିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା