ଦୀନକୃଷ୍ଣ ମହାବିଦ୍ୟାଳୟର ୪୫ତମ ବାର୍ଷିକ କ୍ରିଡା ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତି ସମାଜରେ ଛାତ୍ରଛାତ୍ରୀମାନଙ୍କର ଶାରିରୀକ ଓ ମାନସିକ ବିକାଶର ମାଧ୍ୟମ ହେଉଛି କ୍ରିଡା । ସହଯୋଗିତା, ସହନଶିଳନା ଓ ଶୃଙ୍ଖଳା ଜ୍ଞାନ ହିଁ ଶିକ୍ଷା ଓ କ୍ରିଡା କସରତର ମୂଳ ଉତ୍ସବ ବୋଲି କହିଥିଲେ । ଜଣେ ସୁଦକ୍ଷ ଛାତ୍ରଗଠନରେ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟର ଶିକ୍ଷା ଓ କ୍ରିଡା କସରତର ଗୁରୁତ୍ୱପୂଣ୍ଣ ଭୁମିକା ରହିଥିବାର ଦୀନକୃଷ୍ଣ ମହାବିଦ୍ୟାଳୟର ୪୫ତମ କ୍ରିଡା ବାର୍ଷିକୀର ଉଦ୍‌ଯାପନୀ ଉତ୍ସବରେ ମତପ୍ରକାଶ ପାଇଛି । ଏଥିରେ ଅଧ୍ୟକ୍ଷତା କରି ଭାରେପ୍ରାପ୍ତ ଅଧ୍ୟକ୍ଷ ଡ. ରବିନାରାୟଣ ସାସମଲ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ସାମ୍ପ୍ରତିକ ସମାଜରେ ସୁସ୍ଥତା ପ୍ରତ୍ୟେକଙ୍କର ସମ୍ପତ୍ତି ବୋଲି କହିଥିଲେ । ମୁଖ୍ୟ ଅତିଥି ଡ. ରମାକାନ୍ତ ଭଂଜ, ସମ୍ମାନୀତ ଅତିଥିଭାବେ ହିମାଂଶୁ ସେଖର ସାମଲ, ଡ. ସୁଧାଂଶୁ ସେଖର ଗିରି ଯୋଗଦେଇ କ୍ରିଡା ଏବେ ସମାଜରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି କହିଥିଲେ । ଉପସଭାପତି ରାଧାରଂଜନ ସେନାପତି ସ୍ୱାଗତ ଅଭିଭାଷଣ ଓ ବାର୍ଷିକ କ୍ରିଡାର ପୃଷ୍ଟଭୂମୀ ସଂପର୍କରେ କହିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ହରିଶଂକର ଜେନା, ଅଜୟ କୁମାର ଗିରି, ବିଶ୍ୱରଂଜନ ପୃଷ୍ଟି, ଦେବବ୍ରତ ବେରା, ବ୍ରଜମୋହନ ପଟ୍ଟାୟତ ପୁରସ୍କାର ବିତରଣ ସଭାରେ ସହାୟତା କରିଥିଲେ । ଅଧ୍ୟାପକ ଧନେଶ୍ୱର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା