ଏଇ ମୋ ଜୀବନ ସୂକ୍ଷ୍ମ କିରଣ…

ଜୀବନ ମୋ ଅଧା ଛାଇ, ଅଧା ଆଲୁଅ ଖେଳ
କେବେ ସେ ସୁଖ, ତ କେବେ ସେ ଦୁଃଖର ବେଳ ।।

ଫସିଛି ମୁଁ ବାଟ ମଝିରେ, ଚାହୁଁଛି ମୁଁ ସାହାରା 
ଏତିକି ଖାଲି ମନରେ ଭାବି କିଏ ଆସିବ ପରା ।।

ଚାରା ଟିଏ ଥିଲି ମୁଁ ଯେବେ, ବାପା ମାଆ ବଡ଼ କଲେ,
ପତ୍ର ଟିକେ ଛିଡି ଗଲା ବୋଲି ଦୁଃଖରେ ଭାଙ୍ଗିଗଲେ ।।

ସାହାସ ମୁଁ ଯେତିକି ପାରେ, ଦିଏ ସେମାନଙ୍କୁ,
ମୋ ସାହାସ କେତିକି ଅଛି, ଦେଖେଇବି କାହାକୁ ।।

ଭାଇ, ବନ୍ଧୁ, କୁଟୁମ୍ବ ଯେ, ବହୁ ସ୍ନେହ ଦେଲେ, 
ଦୁଃଖ ପରେ ଦୁଃଖ ଅଛି, ଏଇ ଆଶ୍ୱାସନା ଦେଲେ ।।

ବାଟବଣା ହୋଇ ମୁଁ, ବୁଲିବୁଲି ଯେ ଖୋଜିଲି,
ସବୁ ଯେବେ ବିଫଳ ହେଲା, ପ୍ରଭୁ ଆଶ୍ରା ଦେଲି ।।

ପ୍ରଭୁ ମୋତେ ନିରାଶ ଯେ, କେବେ କଲେ ନାହିଁ,
ସୁଖ ଆଉ ଦୁଃଖ ପରା, ଦୁଇ ସାବତ ଭାଇ ।।

ମନରେ ରଖିଛି ମୁଁ ସାଇତି, ଅସୀମ ଆଶା ବିଶ୍ୱାସ,
ଦିନେ ନା ଦିନେ ପହଁଞ୍ଚିବି ମୁଁ, ସଫଳତାର ପାସ ।।

କହୁଛି ମୁଁ, ମୋ ଜୀବନ କଥା ଟିକେ ବ୍ୟଙ୍ଗ ଆକାରେ, 
ଭାବୁଛି ମୁଁ ଶୁଣିବାକୁ ଏହା, ଭଲ ଲାଗି ପାରେ ।।

କୋଡିଏ ବର୍ଷ ବୟସ ଯେ ମୋର, ହେଲା ମୋତେ କ୍ୟାନ୍ସର,
ଉଡିବା ଆଗରୁ ଭାଗ୍ୟ, କାଟିଦେଲା ଯେ ମୋର ପର ।।

ଭଲ ହେବା ପାଇଁ, ଆଶା କରି ମୁଁ, ଆସିଲି ମୁମ୍ବାଇ,
ବାହାରେ ଥିଲି ସାହସୀ ମୁଁ, କିନ୍ତୁ ଭିତରେ ଡରର ଛାଇ ।।

ପ୍ରଥମ ଥର ଦେଖିଲି ଯେବେ ମୁଁ, ଏତେ ମଣିଷଙ୍କ ଭିଡ଼,
ଶୀତଳି ଗଲା, ଦେହ ମୋର ମୋ ରକ୍ତ ମାଂସ ହାଡ଼ ।।

କାହାକୁ ଜାଣିନି, କାହାକୁ ଚିହ୍ନିନି, ପରିଚୟ ଦେବୀ ମୁଁ କାହାକୁ,
ସାହାର୍ଯ୍ୟର ଥାଳି ଧରି କିଏ, ଆସିବ ମୋ ପାଖକୁ ।।

ସମୟ ଚକରେ ଗଡ଼ିଲା ଯେ ବେଳ, ଆସିଲା ନୁଆଁ ସକାଳ,
ନୂଆ ଆଶା ଆଉ ନୂଆ ଆଡ଼ମ୍ବନ, ଖେଳିଲେ ତାଙ୍କ ଖେଳ ।।

ଭଗବାନଙ୍କୁ, ଯେବେ ମୁଁ ଡାକିଲି, କେବେ ନିରାଶ ନ କଲେ,
ଯାହା ମାଗିଲି ମୁଁ, ହସି ହସି ମୋତେ, ଦୁଇ ହାତରେ ଦେଲେ ।।

ମୁମ୍ବାଇ ସହରେ, ଘରଟିଏ ପାଇଁ, ଯେବେ ବିଚଳିତ ହେଲି,
ଭଗବାନଙ୍କ ଆଶୀର୍ବାଦ ରୂପେ, ତାହା ମଧ୍ୟ ପାଇଲି ।।

ଦୁଇ ସାଙ୍ଗ ମୋର, ମୁମ୍ବାଇରେ ମୋତେ ବହୁ ସାହାରା ଦେଲେ,
ଯେବେ ଦରକାର ଡାକିବୁ ମୋତେ ବୋଲି ବାରମ୍ବାର କହିଲେ ।।

ଆଶା ମୁଁ ଛାଡ଼ିନି, ଭରସା ଢାଳିନି, ହେବ ନୂଆ ସୂର୍ଯ୍ୟ ଉଦୟ,
ତଥାପି କେବେ କେବେ ଭାବି ମୋ ଭବିଷ୍ୟ, ଲାଗି ଯାଏ ଟିକେ ଭୟ ।।

ଜୀବନ ଦେଇଛି, ବହୁ ବଡ଼ ଶିକ୍ଷା, ଶିଖିବାକୁ ଆହୁରି ଅଛି,
ସବୁ ମଣିଷଙ୍କ ପରି, ସୁଖ ଦୁଃଖର ମୁଁ, ସୁଖ କୁ ହିଁ ଚାହିଁଛି ।।

ଭାବୁଛି ମୁଁ ଏହା ଅନ୍ତ ନୁହେଁ ମୋର ଆହୁରି ବାକି ଅଛି 
ଅଧା ରାସ୍ତା ହିଁ ଆସିଛି ଯେ ମୁଁ, ଆହୁରି ବାଟ ପଡିଛି ।।

ଏତିକି କହି ଶେଷ କଲି ମୋ ଅଙ୍ଗେ ନିଭାଇବା କଥା,
କାରଣ ଥିଲା ବଢାଇବାକୁ ମୋ ଦୁଃଖ ବ୍ୟାଧି ଆଉ ବ୍ୟଥା ।।

ପ୍ରକୃତ ବନ୍ଧୁ ଟେ, ପାଇ ନ ଥିଲି ମୁଁ, ୧୯ ବର୍ଷ ଯାଏଁ,
ସବୁବେଳେ ଖାଲି ନିରାଶ ହେଲି, ବିଫଳତା କୁ ହିଁ ପାଏ ।।

୨୦ ବର୍ଷ ବୟସ ଯେବେ, ଛୁଇଁଲା ମୋ ଜୀବନ,
ପାଇଲା ଗୋଟିଏ ସଚ୍ଚୋଟ ବନ୍ଧୁ, ଦେଇ ପ୍ରାଣ ଆଉ ମନ ।।

ପ୍ରଥମ ଥର ଦେଖା ହେଲେ ସେ ଯେ ଟ୍ୟୁସନ କ୍ଲାସରେ 
ଏତେ ଘନିଷ୍ଠ ହେବ ବୋଲି ଯେ ମୁଁ ଭାବି ନ ଥାଇ ପାରେ ।।

ବିପଦ, ଆପଦ ଯେବେ ମୁଁ ଡାକିଲି, କେବେ ନିରାଶ ନ କଲା,
ସବୁ ବେଳେ ସାହାର୍ଯ୍ୟ ପାଇଁ ସେ ତା ହାତ ବଢ଼େଇ ଦେଲା ।।

ପ୍ରଥମ ଦିନ ତା ସହ ଯେ ମୁଁ ଟିକେ କଳିକଜିଆ କଲି,
ତା ମନ କିନ୍ତୁ ଏତେ ସୁନ୍ଦର ଯେ, ଜମା ଭାବି ନ ଥିଲି ।।

ତା ସହ ବନ୍ଧୁତା କରି ଯେ ମୁଁ, କି ଭାଗ୍ୟ ପାଇଲି,
ଡର, ଭୟ, ବିଫଳତାକୁ ମୁଁ, ସହଜରେ ହରେଇ ଦେଲି ।।

ପ୍ରଭୁ ହେ, ଆମରି ବନ୍ଧୁତାକୁ ଘଣ୍ଟ ଘୋଡେଇ ରଖ,
ସବୁବେଳେ ଆମ ସାଙ୍ଗ ଦୁହିଁଙ୍କୁ ଶୁଭ ଦୃଷ୍ଟିରେ ଦେଖ ।।

ଦୁନିଆରେ ଯେବେ ଯାଏଁ ଆକାଶ ପବନ ଦେଉଥିବ,
ସେବେ ଯାଏଁ ସୂର୍ଯ୍ୟ ଠାରୁ କିରଣ ମିଳୁଥିବ ।।

ଏମିତି ବହୁତ ଦିନ ଆସିଛି ଯେବେ ସୂର୍ଯ୍ୟ ଦିଶି ନାହାନ୍ତି, କେବେ ଚନ୍ଦ୍ର ଦିଶି ନାହାନ୍ତି । କିନ୍ତୁ ଏମିତି କୋଉ ଦିନ ନାହିଁ ଯେବେ, ପବନ ନ ବହିଛି ଆଉ କିରଣ ନ ପଡିଛି ।।

                                                                                                                       ଲେଖକ – କିରଣ କୁମାର ସାହୁ
କିରଣ କୁମାର ସାହୁ ଗତକାଲି ମୃତ୍ୟୁବରଣ କରିଛନ୍ତି । ସେ ବହୁ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ବୋଲି ତାଙ୍କ ସାଙ୍ଗ କହିଥିଲେ । ସେ ମୃତ୍ୟୁ ପୂର୍ବରୁ ତାଙ୍କ ସାଙ୍ଗ ପବନ କୁମାର ସାହୁଙ୍କୁ ଉପରୋକ୍ତ ଲେଖାଟି ଦେଇ କହିଥିଲେ ଯେ ମୋର ମୃତ୍ୟୁ ହୋଇଯାଏ ତେବେ ଏହି ଲେଖାଟି ପ୍ରଚାର ପ୍ରସାର କରିଦେବୁ । ତେଣୁ ତାଙ୍କ ସାଙ୍ଗ ପବନ କୁମାର ସାହୁ ଏହି ଲେଖାଟି ସମୃଦ୍ଧ ଓଡିଶା ନ୍ୟୁଜକୁ ଦେଇଛନ୍ତି । ତେଣୁ ଆମ ସମୃଦ୍ଧ ଓଡିଶା ନ୍ୟୁଜ୍ ତରଫ ରୁ ଖୁସି ପ୍ରକାଶ କରିବା ସହ କିରଣଙ୍କ ମୃତ୍ୟୁ ଖବରକୁ ନେଇ ଦୁଃଖ ପ୍ରକାଶ କରି କିରଣ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…