ଜାୟାରଜାର୍ପା ଆଦିବାସୀ କ୍ଲବର ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଜମାଳପୁରଠାରେ ଦୀର୍ଘ ୨୧ବର୍ଷ ଧରି ଜାୟାରଜାର୍ପା ଆଦିବାସୀ କ୍ଳବର ଆନ୍ତରାଜ୍ୟ ଫୁଟବଲ ଖେଳ ଅନୁଷ୍ଠିତ ହୋଇ ଆସୁଛି । ଏଥିରେ ଓଡିଶା ଓ ପଶ୍ଚିମବଂଗର ୨୪ଟି ଦଳ ଭାଗ ନେଇଥିଲେ । ଗତ ୨୩ ତାରିଖରେ ଏହା ଉଦ୍‌ଘାଟନ ହୋଇଥିବା ବେଳେ ୨୬ ତାରିଖ ସଂଧ୍ୟାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କ୍ଳବର ସଭାପତି ରଘୁନାଥ ହାଁସଦା ଏଥିରେ ସଭାପତିତ୍ୱ କରିଥିବା ବେଳେ ସଂପାଦକ ବିଶ୍ୱନାଥ ହାଁସଦା ଉଦ୍ଦେଶ୍ୟ ଓ ସୂଚନା ଜ୍ଞାପନ କରିଥିଲେ । ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଥନ୍‌ଜିବୀ ରାମଚନ୍ଦ୍ର ଜେନା, ଜୀବନବିନ୍ଦୁ ନିର୍ବାଚନମଣ୍ଡଳି ସଂପାଦକ ମଧୁସୂଦନ ସେନାପତି, ସମାଜସେବୀ ପ୍ରବୀର କୁମାର ଦାସ, ଶିକ୍ଷକ ସଂଘ ପୂର୍ବତନ ସଭାପତି ଖଗେନ୍ଦ୍ର ସାହୁ, ବିଶ୍ୱନାଥ ଦାସ ମହାପାତ୍ର, ସାମ୍ବାଦିକ ଭୂପତି ପରିଡା ପ୍ରମୁଖ ଜମାଳପୁର ଅଂଚଳରେ ୨୧ବର୍ଷ ଧରି ଏହି ଟୁର୍ଣ୍ଣମେଣ୍ଟ ଏକ ବଂଧୁତା ଡୋରରେ ସମସ୍ତଙ୍କୁ ବାନ୍ଧି ରଖିଛି ବୋଲି କହିଥିଲେ । ଏଥିରେ କେବଳ ବାଲେଶ୍ୱର ଜିଲା ନୁହେଁ, ମୟୁରଭଂଜ ଓ ମେଦିନୀପୁର, ଝାଡଗ୍ରାମ ଅଂଚଳର ବହୁ ଦଳ ଭାଗ ନେଇ ଆସୁଛନ୍ତି । ଏଥିରେ ହାଁସଦା ମହଲ ଦଳ ବିଜୟୀ ହୋଇଥିବା ବେଳେ ଜିସିପିପିଏଲ୍ ଦଳ ରନର୍ସ ହୋଇ ଟ୍ରଫି ଓ ନଗଦ ଟଙ୍କା ଗ୍ରହଣ କରିଥିଲେ । ସପନ କୁମାର ଦାସ, ବିନୋଦ ଗିରି, ରବିନ୍ଦ୍ର ନନ୍ଦି, ଦେବବ୍ରତ ନନ୍ଦ, ଭଗୀରଥ ପାଳ, ମହେଶ୍ୱର ବଡୁ, ରାଧାରଂଜନ ଜେନା, ଶ୍ରୀରାମ ମାରାଣ୍ଡି ସଭା ପରିଚାଳନା କରିଥିବା ବେଳେ ଜନାର୍ଦ୍ଦନ ପାଳ, ପାଣ୍ଡୁରାମ ମୁର୍ମୁ, ପିଠ ହାଁସଦା ଓ ଭୁଜ ହେମ୍ବମ ଖୋଳ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା