ଜଳେଶ୍ୱର ନିର୍ବାଚନ ମଣ୍ଡଳିର ୧୦ନଂ ଜୋନରେ ବିଜେପିର ସାଂଗଠନିକ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳିର ୧୦ନଂ ଜୋନ୍ ନାମ୍ପୋଠାରେ ବିଜେପିର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରତାପ ସେନାପତି ଅଧ୍ୟକ୍ଷତା କରିଥିଲେ । ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି, ନାମ୍ପୋ ପ୍ରମୁଖ ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ବାଣିଦାସ ମହାପାତ୍ର, ପ୍ରଣବ ପଣ୍ଡା, ସିଦ୍ଧାର୍ଥ ପାଳ, ଅଭିଜିତ୍ ପ୍ରଧାନ, ଦିବ୍ୟକାମ ମହାନ୍ତି ତ୍ରୁଣମୂଳ ସ୍ତରକୁ ଦଳକୁ ସୁଦୃଢ କରିବାଲାଗି ସମସ୍ତେ ମିଳିତଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଦତ୍ତ, ଗୋପାଳ ପ୍ରମାଣିକ, ଅକ୍ଷୟ ଜେନା, ଜ୍ୟୋତିବ୍ରହ୍ମ ଦେ, ଜନ୍ମେଜୟ ଚନ୍ଦ, କେଶବ ପ୍ରଧାନ, ଜୀବନକୃଷ୍ଣ ଜେନା, ବିନୋଦ ଭୂୟାଁ, ଅନ୍ନପୂର୍ଣ୍ଣା ଦାସ, ଯତିନ୍ଦ୍ର ସେନାପତି, ହରେନ୍ଦ୍ର ବେହେରା, ଘନଶ୍ୟାମ ସେଠୀ, ମଧୁସୂଦନ ଦେ, ଦୟାନିଧି ପାତ. ସୁମନ ମହାନ୍ତି, ପ୍ରବିର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା