କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଲାଗି ଅଣ୍ଟା ଭିଡିଲେ ଜଳେଶ୍ୱର ବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁବର୍ଷ ଧରି ଜଳେଶ୍ୱରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଦାବି ହୋଇ ଆସୁଥିବା ବେଳେ ଆଜି ଅଶୋକ କୁମାର ଜେନାଙ୍କ ଆବାହକତ୍ୱରେ ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଦିଲ୍ଲିପ କୁମାର ଗିରି ଅଧ୍ୟକ୍ଷକା କରିଥିଲେ । ଏଥିରେ ପୂର୍ବତନ ପୌରପାଳ ପ୍ରବୀର ପ୍ରଧାନ, ସମୀର ପାତ୍ର, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଇଂ ରାମଚନ୍ଦ୍ର ସାହୁ, ବିଜେପି ନେତା ଅରୁଣ ବେଜ, ଅବସରପ୍ରାପ୍ତ ଜଲେଜ ଅଧ୍ୟକ୍ଷ ରମାକାନ୍ତ ଭଂଜ, ସାମାଜିକ କର୍ମୀ କୃଷ୍ଣ କୁମାର କର, କଳ୍ପିତା କର, ଆଶିଷ ସିଂ ପ୍ରମୁଖ ଯୋଗ ଦେଇ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ନିତିନିର୍ଦ୍ଧାରଣ କରିଥିଲେ । ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭାଗୀୟ ଅନ୍ୟତମ ମୁଖ୍ୟ ଅମିତ୍ ଖାରେ, କେନ୍ଦ୍ର ସରକାରଙ୍କ ଶିକ୍ଷା ନିର୍ଦ୍ଦେଶକ, ସାଂସଦ, ବିଧାୟକ ଓ ଜିଲାପାଳଙ୍କ ସହିତ ପୂର୍ବତନ ସାଂସଦ ଇଂ ରବିନ୍ଦ୍ର ଜେନା, ଶ୍ରୀକାନ୍ତ ଚରଣ ଜେନା ଓ ଖାରବେଳ ସ୍ୱାଇଁଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ବିଧିବଦ୍ଧ ଲିଖିତ ଆବେଦନ କରିଛନ୍ତି । ଜିଲାପାଳଙ୍କ ସ୍ୱିକୃତୀ ଲାଗି କମିଟି ସାକ୍ଷାତ ଆଲୋଚନା କରିବ ବୋଲି ସିଦ୍ଧାନ୍ତ ହୋଇଛି । କେନ୍ଦ୍ରୀୟ ବିଦ୍ୟାଳୟକୁ ଜଳେଶ୍ୱରବାସୀ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ କରୁଥିବା କୁହାଯାଇଛି । ପ୍ରକାଶଯୋଗ୍ୟ ଜଳେଶ୍ୱର ସହରରେ ୫୦୦ କେନ୍ଦ୍ରସରକାରଙ୍କ କର୍ମଚାରୀ ଅବସ୍ଥାନ କରୁଥିବା ବେଳେ ଅନ୍ୟୁନ ୪୦୦୦ ରାଜ୍ୟସରକାରଙ୍କ କର୍ମଚାରୀ କାର୍ଯ୍ୟ କରୁଥିବାରୁ ଏପରି ବିଦ୍ୟାଳୟର ଆବଶ୍ୟକତା ସଂପର୍କରେ ଆଲୋଚନା ହୋଇଛି ।

ରିପୋର୍ଟ : ଭୂପତି ପରିଡା