ଜନତା କର୍ଫ୍ୟୁକୁ ଲୋକଙ୍କ ବିପୁଳ ସମର୍ଥନ ନେଇ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ବିଜେପି ସଭାପତିଙ୍କ କୃତଜ୍ଞତା…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଜନତା କର୍ଫ୍ୟୁକୁ ଲୋକଙ୍କ ବିପୁଳ ସମର୍ଥନ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୂର୍ବତନ ବିଜେପି ଜିଲ୍ଳା ସଭାପତି ତଥା ଆଇନଜୀବୀ କାହୁ ଚରଣ ପତି କୃତଜ୍ଞତା ଜଣାଇଛନ୍ତି। ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏକ ଐତିହାସିକ ଢଙ୍ଗରେ ଜନତା କର୍ଫ୍ୟୁ ଦେଶରେ ଜାରିକରି ଦେଶବାସୀଙ୍କ ଠାରୁ ବିପୁଳ ସମର୍ଥନ ପାଇଥିବାରୁ ଓ ଜନସାଧାରଣ ସ୍ଵତଃପବୃତ ଭାବେ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନକୁ ଶତ ପ୍ରତିଶତ ପାଳନ କରିଥିବାରୁ ପୂର୍ବତନ ଜିଲ୍ଳା ସଭାପତି କାହ୍ନୁ ଚରଣ ପତି ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦିଜୀଙ୍କ ଆହ୍ୱାନ କ୍ରମେ ଆବାଳ ବୃଦ୍ଧ ବନିତା, ଜାତି ଧର୍ମ ବର୍ଣ ନିର୍ବିଶେଷରେ ସମସ୍ତେ ସମର୍ଥନ କରି ସକାଳ ୭ଟାରୁ ରାତି ୯ ଟା ଯାଏଁ ଘରୁ ନ ବାହାରିବା ଏବଂ ଭାରତ ବନ୍ଦ ଡକରା ଭଳି ସମସ୍ତ ଦୋକାନ ବଜାର ବନ୍ଦ ରଖିବା, ଗାଡି ମୋଟର ବନ୍ଦ ରଖିବା , ପଲ୍ଲୀରୁ ସହର ଯାଏଁ ସମ୍ପୂର୍ଣ ଶୂନଶାନ ହୋଇଯିବା ଘଟଣା ଇତିହାସରେ ବିରଳ । ପୁଣି ସନ୍ଧ୍ୟା ଠିକ ୫ଟାରେ ଗିନି କୀର୍ତ୍ତନ ତାଳି ମାରି ଘଣ୍ଟି ବଜାଇ ସେବା ଯୋଗାଉ ଥିବା ଲୋକଙ୍କୁ ଧନ୍ୟବାଦ ଦେବା କାର୍ଯ୍ୟ ଏକ ସ୍ଵରରେ ସମସ୍ତେ ମିଳିମିଶି କରିବା କିଛି କଥା ନୁହେଁ । ଏଭଳି ଆହ୍ୱାନରେ ଦେଶର ସତର କୋଟି ଲୋକଙ୍କ ମନ ଏକା ସାଙ୍ଗରେ ଜିଣି ପାରିଥିବାରୁ ଶ୍ରୀ ପତି ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଶ୍ରୀ ପତି ଜଣାଇଛନ୍ତି ଯେ ଲୋକଙ୍କୁ ସଚେତନ କରିବାରେ ମିଡ଼ିଆ ବନ୍ଧୁ ମାନେ , ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଡାକ୍ତର ନର୍ସ ବିଭାଗୀୟ ଅଧିକାରୀମାନେ , ଆଇନ ଶୃଙ୍ଖଲା ରକ୍ଷାକାରୀ ପୋଲିସ ବନ୍ଧୁମାନେ, ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ ଅଧିକାରୀମାନେ, ପୌର ପାରିଷଦର ସମସ୍ତ କର୍ମଚାରୀମାନେ ଏହି ମହାମାରୀ କରୋନା ଭାଇରସ ସଂକ୍ରମଣ ଦିଗରେ ବ୍ୟାପକ ସଚେତନ ସୃଷ୍ଟିକରି ଲୋକଙ୍କୁ ରକ୍ଷା କରିଥିବାରୁ ସମସ୍ତଙ୍କୁ ସେ ଧନ୍ୟବାଦ ଦେବାସହ କୃତଜ୍ଞତା ଜଣାଇଛନ୍ତି। ବିଜେପି ନେତା ତଥା ମୋର ପ୍ରିୟ ପ୍ରଧାନ ମନ୍ତ୍ରୀ ମୋଦିଜୀ ଙ୍କ ଆହ୍ୱାନ କ୍ରମେ ଆଜି ଯେଭଳି ସମସ୍ତେ ମିଳିମିଶି ପୁର୍ଣ ସମର୍ଥନ ଦେଇଛନ୍ତି, ଜନତା କର୍ଫ୍ୟୁ କୁ ବିପୁଳ ସଫଳତା ଦେଇଛନ୍ତି, ସେଥିପାଇଁ ମୁଁ ଆଜି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କ ନିକଟରେ ଚିରଋଣୀ ବୋଲି ଜିଲ୍ଲା ବରିଷ୍ଠ ବିଜେପି ନେତା କାହ୍ନୁ ପତି କହିଛନ୍ତି । ଆଉ ମଧ୍ୟ ତାଙ୍କ ପ୍ରିୟ ନେତା ମୋଦିଙ୍କ ଏଭଳି ସମର୍ଥନ ତାଙ୍କ ଜୀବତାବସ୍ଥାରେ କେବେ ଦେଖି ନ ଥିବା କହି ଭାବବିହ୍ୱଳ ହୋଇ ମୋଦିଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା