ଗାଁଠୁ ସହର ଯାଏଁ ଶଙ୍ଖ ଘଣ୍ଟି ଘଣ୍ଟା ଧ୍ଵନିରେ କମ୍ପିଲା ପଦ୍ମପୁର ଉପଖଣ୍ଡ…

ପଦ୍ମପୁର,(ସମୃଦ୍ଧ ଓଡିଶା)କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୧୪ ଘଣ୍ଟିଆ କର୍ଫ୍ୟୁ ଆହ୍ବାନକୁ ଚାରିଆଡ଼େ ପୂର୍ଣ ସମର୍ଥନ ମିଳିଛି । ସକାଳ ୭ରୁ ଆରମ୍ଭ ହୋଇଥିବା ଏହି କର୍ଫ୍ୟୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟାରେ ୫ଟା ୫ମିନିରେ ଲୋକେ ସେମାନଙ୍କ ଘରୁ ବାହାରିକୁ ବାହାର ଘଣ୍ଟ ,ଘଣ୍ଟି ଶଙ୍ଖ, ତାଳି – ଥାଳି ଆଦି ବଜାଇ ଥିଲେ । ଏହି ଶଦ୍ଦରେ ପୁରା ପଦ୍ମପୁର ଉପଖଣ୍ଡ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା । ପଦ୍ମପୁର ଉପଖଣ୍ଡ ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି । ପଦ୍ମପୁର, ପାଇକମାଲ, ଝାରବନ୍ଧ, ଗାଇସିଲାଟ ସମେତ ଜିଲ୍ଲାର ସମସ୍ତ ଛୋଟ ବଡ ଗାଁର ଲୋକ ମାନେ ପଲ୍ଲୀରୁ ସହର ଯାଏଁ ଘଣ୍ଟା ଘଣ୍ଟି ବଜାଇ ପୋଲିସ ସ୍ୱାସ୍ଥ୍ୟସେବା କର୍ମୀ ସାମାଜିକ ବ୍ୟକ୍ତି ତଥା ସାମ୍ବାଦିକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସେମାନଙ୍କ ଘର ବାହାରେ ଝରକା ନିକଟରେ ଛିଡା ହୋଇ କିଏ ଘଣ୍ଟି ବଜାଇ ଥିଲା ତ ପୁଣି କିଏ ଶଙ୍ଖ ଫଙ୍ଖିଥିଲା । ଏହା ସହିତ ପ୍ରଧାନ ମନ୍ତ୍ରୀ କହିବା ଅନୁଯାୟୀ କେହି କେହି ତାଳି ଥାଳି ମାରି ସେବା ପ୍ରଦାନ କରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏଥିରୁ ସୃଷ୍ଟ ବାରି ହେଉଛି ଯେ କରୋନା ଭାଇରସକୁ ତଡିବା ପାଇଁ ମୋଦିଙ୍କ ଆହ୍ୱାନକୁ ଚାରିଆଡ଼େ ସମର୍ଥନ ମିଳିଛି ।

ରିପୋର୍ଟ – ନିରୋଜ କୁମାର ପାଣି