ଘୁମୁସର କ୍ରୀଡ଼ା ଶିକ୍ଷକ ସଂଘ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗରରେ ହକି ଖେଳର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡ଼ା ଦିବସ ଭାବରେ ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟ କ୍ରୀଡ଼ା ପ୍ରାଙ୍ଗଣରେ ଘୁମୁସର କ୍ରିଡା ଶିକ୍ଷକ ସଂଘ ତରଫରୁ ମହା ସମାରୋହରେ ପାଳିତ ହୋଇଯାଇଛି । କ୍ରୀଡ଼ା ଶିକ୍ଷକ ସଂଘର ଆବାହକ ତଥା ଶରତ ଚନ୍ଦ୍ର ସ୍ମାରକୀ ଉଚ୍ଚ ବିଦ୍ୟାଳୟ, ଗାଙ୍ଗପୁର କ୍ରିଡା ଶିକ୍ଷକ ଆଶୁତୋଷ ସ୍ୱାଇଁ ଓ ସର୍ଦ୍ଦାର ସଂଗ୍ରାମ ସିଂଗ୍ ହାଇସ୍କୁଲ କ୍ରିଡା ଶିକ୍ଷକ ବିଭୂତି ଭୁଷଣ ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି ଉତ୍ସବରେ ବହୁ କ୍ରିଡା ଶିକ୍ଷକ ଯୋଗଦାନ କରି ଧ୍ୟାନଚାନ୍ଦଙ୍କ କ୍ରିଡା ଓ ତ୍ୟାଗର ସ୍ମୃତି ଚାରଣ କରିଥିଲେ । ଉକ୍ତ ଉତ୍ସବରେ କରୋନା ମହାମାରୀକୁ ଆଖି ଆଗରେ ରଖି ତଥା ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ଦୂରତା ରକ୍ଷା କରିବା ସହ ମାକ୍ସ ପିନ୍ଧିବା ଓ ଅଧିକ ସଂଖ୍ୟକ ଗହଳି ନ କରିବା ଆଦି ସମସ୍ତ ନୀୟମକୁ କଡା କଡି ପାଳନ କରାଯାଇଥିଲା । ଉପେନ୍ଦ୍ର ଭଞ୍ଜ ମହା ବିଦ୍ୟାଳୟର ପୁର୍ବତନ କ୍ରିଡା ଶିକ୍ଷକ ପି. ଆନନ୍ଦ ରାଓ, ସର୍ବଶ୍ରୀ ମୋଚିରାମ ରଣସିଂହ, ରାଧାକାନ୍ତ ନାୟକ, ପ୍ରବୀଣ କୁମାର ଖାଡ଼ଙ୍ଗା, ସଚିତ୍ର କୁମାର ନାୟକ, ମାନସ କୁମାର, ଦିଲ୍ଲୀପ କୁମାର, ସରୋଜ ମହାପାତ୍ର, ସଞ୍ଜୟ ପ୍ରଧାନ । ଆଦି ଶିକ୍ଷକ ମାନେ ସୁଚିନ୍ତିତ ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ଏହାର ବହୁଳ ପ୍ରଚାର ପ୍ରସାର କରି କ୍ରିଡା ଖେତ୍ରକୁ ଅଧିକ ଧ୍ୟାନ ଦେବାପାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।