ସି.ପି.ଆଇ(ଏମ୍ -ଏଲ୍ ) ରେଡ୍‌ଷ୍ଟାର୍‌ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୧୮ ଦଫା ଦାବୀରେ ପ୍ରତିବାଦ : ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ) ରେଡଷ୍ଟାର ରାଜ୍ୟ କମିଟି ଆହ୍ୱାନରେ ଜନଗଣଙ୍କ ରୋଜଗାର, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବାସଗୃହ ଅଧିକାର ସମ୍ପର୍କିତ ୧୮ ଦଫା ଦାବୀରେ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରତିବାଦ ଅନୁଷ୍ଠିତ ହୋଇ ଜିଲ୍ଲା ସମ୍ପାଦକ ଶଙ୍କର ସାହୁଙ୍କ ନେତୃତ୍ୱରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସାକ୍ଷାତ କରି ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କରୋନା ମୁକାବିଲାରେ ବିଫଳ ହୋଇଥିବା କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଆୟକର ପରିସର ଭୁକ୍ତ ହୋଇ ନ ଥିବା ସବୁ ପରିବାରକୁ ରୋଜଗାର ସହାୟତା ମାସିକ ୧୦ ହଜାର ଟଙ୍କା, ମୁଣ୍ଡପିଛା ୧୦ କେଜି ଚାଉଳ, ତେଲ ୧ କେଜି, ଚିନି ୧ କେଜି, ଡାଲି ୧ କେଜି ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ମାଗଣାରେ ଯୋଗାଇବା ଏବଂ ତାଲାବନ୍ଦ ସମୟର ବିଦ୍ୟୁତ୍‌ ବିଲ୍‌, ପାଣି ବିଲ୍‌, ସରକାରୀ ଓ ଘରୋଇ ସ୍କୁଲ-କଲେଜ ଫି ସମ୍ପୂ୍‌ର୍ଣ୍ଣ ଛାଡ଼ କରିବା, ଭଡ଼ାରେ ରହୁଥିବା ସବୁ ପରିବାରଙ୍କ ଘରଭଡ଼ା ସରକାର ଦାୟିତ୍ୱ ନେବା, ଜୀବିକା ସୁରକ୍ଷା ଓ ରାସ୍ତାକଡ ଉଠା ବେପାରୀ ନିୟନ୍ତ୍ରଣ ଆଇନ-୨୦୧୪ ଅନୁସାରେ ରାସ୍ତାକଡ଼ ବେପାରୀ ଓ ବୁଲା ବିକାଳୀଙ୍କୁ ସର୍ଭେ କରି କରୋନା ସହାୟତା ଏବଂ ପଞ୍ଜିକରଣ ବ୍ୟବସ୍ଥା, ନିର୍ମାଣ ଶ୍ରମିକ ଲକଡାଉନ ସହାୟତା ୧୫୦୦ ଟଙ୍କା ପାଇବାରୁ ବଞ୍ଚିତ ସମସ୍ତ ଶ୍ରମିକଙ୍କୁ ତୁରନ୍ତ ପ୍ରଦାନ କରିବା, ସମସ୍ତ ଶ୍ରମିକଙ୍କ ତୁରନ୍ତ ନବୀକରଣ ଏବଂ କରୋନା ସହାୟତା ପ୍ରଦାନା, ରାଜ୍ୟର ସମସ୍ତ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରର ନିଯୁକ୍ତ ସମସ୍ତ ଶ୍ରମିକ, ମନରେଗାରେ ନିଯୁକ୍ତ ୪୦ ଲକ୍ଷରୁ ଉର୍ଦ୍ଧ ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକରଣ ଏବଂ ସାମାଜିକ ସୁରକ୍ଷା ସହାୟତା ପାଇଁ ଆବେଦନକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା, ସମସ୍ତ ଘରୋଇ ସହାୟିକା ଏବଂ ଅଣସଂଗଠିତ ଶ୍ରମିକ ଚିତ୍ରତୁଳି କାରିଗର, ମାଟିହାଣ୍ଡି କାରିଗର, ଦରଜୀ, ଛାପା ପ୍ରେସ କାରିଗର, ହୋଟେଲ କର୍ମଚାରୀ, ଦୋକାନ-ମଲ୍‌ କର୍ମଚାରୀ, ଅଟୋ-ଟ୍ୟାକ୍ସି ଚାଳକ ଓ ମଟର ଟ୍ରାନ୍ସପୋର୍ଟ କର୍ମଚାରୀ ଆଦିଙ୍କୁ ‘ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା କଲ୍ୟାଣବୋର୍ଡ’ ଅଧୀନରେ ତୁରନ୍ତ ପଞ୍ଜିକରଣ କରି ପରିଚୟ ପତ୍ର ଏବଂ ରୋଜଗାରକୁ ସୁନିଶ୍ଚିତ କରିବା । ସଂଘରୋଧ କେନ୍ଦ୍ରରେ ରହି ଫେରିଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ ୨ ହଜାର ଟଙ୍କା ସହ ତୁରନ୍ତ ସ୍କିଲମେପିଙ୍ଗ କରି ପଞ୍ଚାୟତ ସ୍ତରରେ ପଞ୍ଜିକରଣ କରିବା । ମନରେଗାରେ ପ୍ରତି ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନର କାମ ଓ ମେସିନ ବ୍ୟବହାରକୁ ନିଷିଦ୍ଧ କରିବା, ରାଜ୍ୟରେ ରୁଗଣ ଏବଂ ବନ୍ଦ ହୋଇ ପଡ଼ିଥିବା ସମସ୍ତ ସୂତାକଳ, ଲୁଗାକଳ, ଚିନିକଳ ସମେତ ସମସ୍ତ ଶିଳ୍ପର ପୁନଃରୁଦ୍ଧାର, କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରି ସମସ୍ତ ବେକାରୀଙ୍କୁ ନିଯୁକ୍ତି କରିବା, ବସ୍ତି ଓ ଦୋକାନ ଉଚ୍ଛେଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ସର୍ବନିମ୍ନ ଦୈନିକ ମଜୂରୀ ୮୦୦ ଟଙ୍କାକୁ ବୃଦ୍ଧି କରିବା ଏବଂ ସରକାରୀ ଘୋଷଣା ମୁତାବକ ଲକଡ଼ାଉନ୍ ଅବଧିର ପୁରା ଦରମା, ଜିଡ଼ିପିର ୫% ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରି କରୋନା ଟେଷ୍ଟ ଓ ଚିକିତ୍ସା ସମ୍ପୂର୍ଣ୍ଣ ମୁକ୍ତ କରିବା ଓ ସମସ୍ତ ଘରୋଇ ଡ଼ାକ୍ତରଖାନାକୁ ସରକାରୀ ନିୟନ୍ତ୍ରଣକୁ ଆଣିବା, ରାଜ୍ୟରେ ଖାଲି ପଡ଼ିଥିବା ୫୨% ଡ଼ାକ୍ତର ପଦବୀ, ୮୦% ଷ୍ଟାଫ ନର୍ସ, ୭୦% ଲାବରେ ଟୋରୀଟେକ୍ନିସିଆନ୍ ପଦବୀ ତୁରନ୍ତ ପୂରଣ କରି ସମସ୍ତ ଜିଲ୍ଲା ହସ୍ପିଟାଲ, ପ୍ରାଇମେରୀହେଲ୍‌ଥ ସେଣ୍ଟର, କମ୍ୟୁନିଟିହେଲ୍‌ଥ ସେଣ୍ଟରକୁ ସ୍ୱାଭାବିକ କରି ଉତ୍ତମ ଚିକିତ୍ସା ଯୋଗାଇବା, ଏମସ୍‌ ଭୁବନେଶ୍ୱରରେ ଖାଲି ପଡ଼ିଥିବା ୨୦୦୦ ଡ଼ାକ୍ତର ଓ ପାରାମେଡ଼ିକାଲ୍‌ କର୍ମଚାରୀ ପଦବୀ ତୁରନ୍ତ ପୂରଣ, ଶ୍ରମ ଆଇନରେ ଶ୍ରମିକ ବିରୋଧୀ ସଂଶୋଧନକୁ ବାତିଲ କରିବା, ୧୨ ଘଣ୍ଟିଆ କାର୍ଯ୍ୟ ଦିବସ, କାରଖାନା ଆଇନ ଓ ଠିକା ଶ୍ରମିକ ଆଇନରେ ହୋଇଥିବା ସଂଶୋଧନ ତୁରନ୍ତ ପ୍ରତ୍ୟାହାର, କୃଷକ ବିରୋଧି ଅଧ୍ୟାଦେଶ ଓ ବିଲକୁ ପ୍ରତ୍ୟାହାର, ଆଦିବାସୀ, ଚାଷୀ ଓ ଭାଗଚାଷୀର ସ୍ୱାର୍ଥ ବିରୋଧି ଚୁକ୍ତି ଭିତ୍ତିକ ଚାଷକୁ ରଦ୍ଦ କରିବା, ଫସଲର ଲାଭ ଜନକ ଦର, ଋଣ ବୋଝରୁ କୃଷକଙ୍କୁ ମୁକ୍ତି, କାଳିଆ ଓ ବଳିଆ ଯୋଜନାରେ ସମସ୍ତ ପ୍ରକୃତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା, ସାରର କଳାବଜାରୀକୁ ଦୃଢ଼ହସ୍ତରେ ନିୟନ୍ତ୍ରଣ, ରାଷ୍ଟ୍ରାୟତ ସଂସ୍ଥାର କର୍ପୋରେଟୀକରୀରଣକୁ ପ୍ରତ୍ୟାହାର କରିବା, ନୂତନଶିକ୍ଷା ନୀତି-୨୦୨୦ ଓ ଅନଲାଇନ ଶିକ୍ଷାକୁ ବାତିଲ କରିବା, ବାସହୀନଙ୍କୁ ୧୨୦୦ ବର୍ଗ ଫୁଟର ଘର ଏବଂ ଭୂମିହୀନଙ୍କୁ ଅତି କମରେ ୫ ଏକର ଚାଷ ଜମି ସୁନିଶ୍ଚିତ ପ୍ରଦାନ କରିବା, ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ଆଦିବାସୀଙ୍କୁ ପୂର୍ଣ ଅଧିକାର ପ୍ରଦାନ କରିବା, ଆଦିବାସୀ ଓ ବନବାସୀଙ୍କ ଜମି ଓ କାଜୁ ଫସଲ ହଡପକୁ ରୋକିବା ସହ ଦଖଲରେ ଥିବା ଜଙ୍ଗଲ ଜମିରେ ବନ ବିଭାଗ ବଳପୂର୍ବକ ବୃକ୍ଷରୋପଣକୁ ବନ୍ଦ କରିବା, ସମସ୍ତ ମିଥ୍ୟା କେଶକୁ ତୁରନ୍ତ ପ୍ରତ୍ୟାହାର, ବନ୍ୟାରେ ଉବୁଟୁବୁ ହେଉଥିବା ୨୧ଟି ଜିଲ୍ଲାର ବନ୍ୟା ବିପନ୍ନଙ୍କୁ ତୁରନ୍ତ ପର୍ଯ୍ୟାପ୍ତ ରିଲିଫ ଓ ଥଇଥାନର ବ୍ୟବସ୍ଥା, ବାରମ୍ବାର ବନ୍ୟାର ସ୍ଥାୟୀ ନିରାକରଣ, ପରିବେଶର ସୁରକ୍ଷା ପାଇଁ ଅଧିକ ଗବେଷଣା, କରୋନା ନାମରେ ଫାଇନ ବ୍ୟବସ୍ଥାକୁ ସଂପୂର୍ଣ ବନ୍ଦ କରିବା, ପୋଲିସ ରାଜ, ଫାସିବାଦୀ ଓ ଦମନ ନୀତିକୁ ସଂପୂର୍ଣ ପ୍ରତ୍ୟାହାର କରିବା ଆଦି ଦାବୀ ଉପସ୍ଥାପନ କରିଥିଲେ । ଏହି ପ୍ରତିବାଦରେ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ, ପି. ପାର୍ବତୀ, ରାମ ଚନ୍ଦ୍ର ବାଡତ୍ୟା, ଅବନୀ ଗୟା, ମଧୁସୂଦନ ଆଦି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା