ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ ବିଜେଡ଼ି ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପୋୖରହିତରେ ଖଜୁରୀଆସ୍ଥିତ ଚନ୍ଦ୍ରଚୁଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ମହାନଗର ନିଗମ ଏବଂ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଞ୍ଚଳର ବିଜେଡି ଦଳର କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ଦଳର ସଂଗଠନ ଆହୁରି ମଝବୁତ ହେବ ବୋଲି ଜିଲ୍ଲା ସଭାପତି କହିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ସଂପାଦକ ସୁବାଷ ମହାରଣା, ବିଜେଡି ରାଜ୍ୟ ଯୁବ ସଂପାଦକ କୈଳାସ ରଣା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରl ଦଳାଇ, ପୂର୍ବତନ ବ୍ରହ୍ମପୁର ମୁନିସିପାଲଟି ଉପାଧ୍ୟକ୍ଷ ଜୋଛନା ନାୟକ, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ, ବ୍ଲକ ଅଧକ୍ଷl ଚୀନୀ ଉଷା, ବ୍ଲକ ଉପାଧ୍ୟକ୍ଷ ଅଜିତ ଦାଶ, ଉମା ନାୟକ, ସିଏଚ. ଡିଲେସ୍ୱର ରେଡି, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର କୋଠିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷl ପି. କମଳା ରେଡି, ଜିଲ୍ଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଶ୍ରୀ ଦଳାଇ, ଅନୁଜ ନାୟକ, ପି. କlମରାଜୁ, ଗୋପାଳପୁର ଏନଏସି ପୂର୍ବତନ ଅଧ୍ୟକ୍ଷ ଜାନକୀ ରାଓ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ କାମରାଜୁ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ବର୍ଷିୟlନ ନେତା ପି. କାମରାଜୁ, ବାଳକୃଷ୍ଣl ରେଡି, ପୂର୍ବତନ ବ୍ଲକ ସଭାପତି ସିଏଚ ଭରତ, ପ୍ରକାଶ ସାମନ୍ତ, ଡବ୍ଲୁ ବାଳକୃଷ୍ଣ, ପ୍ରକାଶ ରଣା, ନରେନ୍ଦ୍ର ଦଳାଇ, ଅଭୟ ସାହୁ, ଡି. ଫକୀରଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ଯୁବ ନେତା ଦଣ୍ଡ ପାଣିଗ୍ରାହୀ ଶେଷରେ ଧନ୍ୟବାଦ ଦେଇ ବୈଠକକୁ ସମାପ୍ତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା