ଗଞ୍ଜାମର ସମସ୍ତ ପ୍ରବେଶ ପଥରେ ସି ସି କ୍ୟାମେରା ଓ ମାଜିଷ୍ଟ୍ରେଟ ମୁତୟନ କରାଯିବ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ଥରୀୟ ଏକ ବୈଠକ ବସିଥିଲା । ଏହି ବୈଠକରେ ଏହିସବୁ ନିଷ୍ପତି ମାନ ଗ୍ରହଣ କରାଯାଇଛି । ସେଗୁଡିକ ହେଲା – ଗଞ୍ଜାମ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ସିସି କ୍ୟାମେରା ଓ ମାଜିଷ୍ଟ୍ରେଟ ମୁତୟନ କରାଯିବ । ସମସ୍ତ ଯାନ ବାହାନ ଯାଞ୍ଚ କରାଯିବ । ମାଲ ବାହି ଗାଡିର ଡ୍ରାଇଭର ଓ ହେଲପର ପରିଚୟ ପତ୍ର ଦେଖାଇଲେ ଜିଲ୍ଲା ଭିତରକୁ ପ୍ରବେଶ କରାଯିବ । ମାଲବାହି ଗାଡିରେ ଯାତ୍ରୀ ପରିବହନ କରିଥିଲେ ଡ୍ରାଇଭରକୁ ଗିରଫ କରାଯିବ ଓ ଗାଡିକୁ ଜବତ କରାଯିବ । କୌଣସି କର୍ମଚାରୀ ମୁଖ୍ୟଳୟ ଛାଡି ପାରିବେ ନାହିଁ । ଆବଶ୍ୟକ ବେଳେ କର୍ମଚାରୀ କାର୍ଯ୍ୟ ନ କଲେ ତାକୁ ମହାମାରୀ ଵିପର୍ୟୟ କାନୁନରେ ଗିରଫ କରାଯିବ । କୌଣସି ବାହାର ଲୋକ ଜିଲ୍ଲାରେ ମାସ୍କ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କଲେ ତାଙ୍କୁ ଏଥିରୁ ନିବୃତ କରାଯିବ । ସବୁ ଦୋକାନୀମାନେ ମାସ୍କ ନାହିଁ ତ ସଉଦା ନାହିଁ ଫଳକ ଲଗାଇଵେ । ଆଜି ଜିଲ୍ଲାରେ ମାସ୍କ ନ ଲଗେଇ ଥିବା ଲୋକଙ୍କ ଠାରୁ ୧ଲକ୍ଷ ୧୭ ହଜ଼ାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ମାସ୍କ ନ ଲଗେଇ ଥିବା ଲୋକଙ୍କ ଠାରୁ ୨ଶହରୁ ଅଧିକା ଜୋରିମାନା କରାଯାଇ ପାରିବ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଆରଡିଏ ପିଡି ଇ. ଶ୍ରୀଦ୍ଧଥ ଶଙ୍କର ସ୍ୱାଇଁ, ଏଡିଏମ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ସିଂଦେ ଦତ୍ତତ୍ରୟ ଭାଉ ସାହେବ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା