ଲକଡାଉନ ଅବଧି ୩୦ ଏପ୍ରିଲ ଯାଏଁ ବୃଦ୍ଧି ନିଷ୍ପତ୍ତିକୁ ବିଜେପିର ସମର୍ଥନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେପି ରାଜ୍ୟ ସଭାପତି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ଯେ, କରୋନା ଭୁତାଣୁ ସଂକ୍ରମଣର ସଫଳ ମୁକାବିଲା କରିବା ପାଇଁ ଲକ ଡାଉନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ ଡାଉନର ସମୟ ସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ନିଷ୍ପତ୍ତିକୁ ବିଜେପି ସମର୍ଥନ କରୁଛି ବୋଲି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି । ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେହି ଅନୁସାରେ ଜନସାଧାରଣମାନେ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି । ବିଜେପି କାର୍ଯ୍ୟକର୍ତ୍ତାମାନେ ସାମାଜିକ ଦୂରତ୍ୱ ଓ ସରକାରୀ କଟକଣାକୁ ମାନିବା ସହ ସାମାଜିକ କାର୍ଯ୍ୟକର୍ତ୍ତା ଭାବରେ ଅସହାୟ ଲୋକଙ୍କୁ ଏଭଳି ସଙ୍କଟ ସମୟରେ ସାହାର୍ଯ୍ୟର ହାତ ବଢାଇବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି । ଏପରି କଠିନ ସମୟରେ ଗଣମାଧ୍ୟମର ସାହସୀ ଓ ଜୀବନକୁ ବାଜି ଲଗାଇ କାମ କରିବାର ଶ୍ରୀ ମହାନ୍ତି ଭୁୟସୀ ପ୍ରଶଂସା କରିଛନ୍ତି ।

ରିପୋର୍ଟ : ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା