ଜମାଳପୁର ଜନ ସ୍ୱାସ୍ଥ କେନ୍ଦ୍ରରେ କରୋନା ସଚେତନତା ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଜମାଳପୁର ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପୂର୍ବାହ୍ନରେ ପୃଥିବୀର କରୋନା ଭୁତାଣୁ ସଂକ୍ରମଣକୁ ଏଡାଇବା ପାଇଁ ଏକ ସଚେତନତା ଶିବିର ଡାକ୍ତର ପ୍ରକାଶ କୁମାର ଦତ୍ତ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ବନତୀ ଟୁଡୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରା.ରା.ପୁର କୋଟସାହି ଗ୍ରାମପଂଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ । ଡାକ୍ତର ଦତ୍ତ କିପରି ଭାବେ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଗ୍ରାମରେ ଥିବା ଲୋକଙ୍କୁ ବହୁଳ ଭାବେ ସଚେତନ କରି ସମସ୍ତ ଘରୁ ବାହାରିବାକୁ ନ ଦେବା, ସମସ୍ତେ ମୁହଁରେ ମାକ୍ସ ପିନ୍ଧିବା, ସାବୁନରେ ବାରମ୍ବାର ହାତ ଧୋଇବା ଇତ୍ୟାଦି ପାଇଁ କହିବେ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସବିତା ପରିଡା, କାଞ୍ଚନ ପରିଡା, କିରଣବାଳା ନାଥ ଓ କବିତା ନନ୍ଦୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା