ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡଦେଉଳି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଏହି ଉଚ୍ଚ ବିଦ୍ୟାଳୟର ଶୁଭକାମନା କରିଥିଲେ ଏବଂ ଏହି ମାଟିର କୃତୀତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରି ସେମାନଙ୍କ ଯଶ ଗାନ କରିଥିଲେ । ଅନୁଷ୍ଠାନର ପ୍ରଧାନଶିକ୍ଷକ ଡ଼ଃ.ଶଙ୍କର ନାରାୟଣ ବେଜ ସମ୍ପାଦକୀୟ ବିବରଣୀ ପାଠ କରି ଏହି ଉଚ୍ଚ ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ମୁଖ୍ୟ ଅତିଥିଙ୍କ ଠାରେ ଆଲୋକପାତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଛତ୍ରପୁର ଓ ଗଞ୍ଜାମ ବ୍ଳକ୍ ର କେତେକ କର୍ମୀଜୀବୀ ସାମ୍ବାଦିକଙ୍କୁ ପଦକ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀଙ୍କ ସହ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଉତ୍ସବ ସାଫଲ୍ୟ ମଣ୍ଡିତଲାଭ କରିଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା