କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡ଼ାକରାରେ ଢେଙ୍କାନାଳରେ ଭାରତ ବଞ୍ଚାଅ ଦିବସ ପାଳନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ପରି ବିଶ୍ୱ ମହାମାରୀ ମସୟରେ ଶ୍ରମିକ ଶ୍ରେଣୀ ଉପରେ ଲଗାତର ଆକ୍ରମଣ ବିରୁଦ୍ଧରେ ଅଗଷ୍ଟ ୯ ଭାରତ ଛାଡ଼ ଦିବସକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆହ୍ୱାନରେ ଦେଶବ୍ୟାପି ଭାରତ ବଞ୍ଚାଅ ଦିବସ ଉପଲକ୍ଷେ ଆଜି ଢେଙ୍କାନାଳ ଠାରେ ଏଆଇଟିୟୁସି ଜିଲ୍ଲା କମିଟି ତରଫରୁ ସାମାଜିକ ଦୂରତାକୁ ବଜାୟ ରଖି ଧାରଣାରେ ବସିଥିଲେ । ଏଥିରେ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ଯଥା – ବାର ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟର ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ ଆଇନର ପ୍ରତ୍ୟାହାର, ସମନ୍ୱିତ ଶିଶୁ ବିକାଶ ଯୋଜନା ଭଳି ସାମାଜିକ ବିକାଶ ଦିଗରେ କାର୍ଯ୍ୟ କରୁଥିବା ସ୍କିମ ଗୁଡିକର ଘରୋଇ କରଣ ବନ୍ଦ, ରେଲୱେ ସମେତ ବିଭିନ୍ନ ଲାଭଦାୟକ ରାଷ୍ଟ୍ରୀୟ ଉଦ୍ୟୋଗ ବିକ୍ରି କରିବାକୁ ବାତିଲ କରିବା, ସମସ୍ତ କରୋନା ଯୋଦ୍ଧାଙ୍କୁ ବୀମା ସମ୍ପର୍କିତ ଘୋଷଣାର ନିର୍ଦ୍ଦେଶନାମା ପ୍ରଦାନ, କାର୍ଯ୍ୟ କରିବା ପାଇଁ କରୋନା ଯୋଦ୍ଧାଙ୍କୁ ନିରାପତ୍ତା ଉପକରଣ ପ୍ରଦାନ, ନୂତନ ଶିକ୍ଷାନୀତିରେ ସ୍କୁଲ ସହ ମିଶ୍ରଣ ନ କରି ଆଇସିଡିଏସ ସ୍ୱତନ୍ତ୍ରତା ବଜାୟ, ମଧ୍ୟାହ୍ନ ଭୋଜନ ପାଚିକାମାନଙ୍କୁ ଏରିୟର ଦେବା ସହ କୋଭିଡ ସମୟରେ ଭତ୍ତା ପ୍ରଦାନ, ସ୍କିମ ୱାର୍କରମାନଙ୍କର ମାସିକ ଭତ୍ତା ସର୍ବନିମ୍ନ ୨୧ ହଜାର ଟଙ୍କା ଓ ପେନସନ ମାସିକ ୧୦ ହଜାର ଟଙ୍କା ପ୍ରଦାନ, ନିର୍ମାଣ ଶ୍ରମିକ ସମେତ ସମସ୍ତ ବର୍ଗର ଶ୍ରମିକଙ୍କୁ ୭୫୦୦ଟଙ୍କା ହାରରେ ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ଆଦି ଦାବି ଉପରେ ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନରେ ରାଜ୍ୟ ଏଆଇଟିୟୁସିର ଉପସଭାପତି ତଥା ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘର ସାଧାରଣ ସାମ୍ବାଦିକା ହରପ୍ରିୟା ସ୍ୱାଇଁ, ସମ୍ପାଦିକା ଭାରତୀ ନାଏକ, ସଭାନେତ୍ରୀ ସୁଜାତା ନାୟକ, ସୁମତି ସାହୁ, ଭାନୁମତୀ ରାଉତ, ମିନର୍ଭା ପଣ୍ଡା, ପୁଷ୍ପଲତା ସାହୁ, ବାସନ୍ତୀ ବେହେରା, ମନସ୍ବିନୀ ବାରିକ, ମମତା ରାଉତ, ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଂଘର ଜିଲ୍ଲା ସଭାପତି ରବି ରଥ, ଟିକିଲି ସାମଲ, ଅଙ୍ଗୁଲି ପରିଡା, ନୀଳମଣି ପରିଡା, ବନିତା ବେହେରା, ନିଖିଳ ଓଡିଶା ଆଶାକର୍ମୀ ସଂଘର ମିନତୀ ପଣ୍ଡା, ରମାମଣୀ ବେହେରା, ପ୍ରତିମା ସାହୁ ଓ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଏଆଇଟିୟୁସି ରାଜ୍ୟ ଉପସଭାନେତ୍ରୀ ହରିପ୍ରିୟା ସ୍ୱାଇଁ ଓ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ସାଧାରଣ ସମ୍ପାଦିକା ଜଣାଇଛନ୍ତି ।

ରିପୋର୍ଟ : ଶୁଭମ ପାଣି