ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ ଜଳେଶ୍ଵର ବ୍ଲକ କମିଟି ପକ୍ଷରୁ ବିଭିନ୍ନ ଦାବୀ ସହ ଜେଲଭରୋ ଆନ୍ଦୋଳନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବିଭିନ୍ନ ଦାବୀ ସହିତ ଜେଲଭରୋ ଆନ୍ଦୋଳନ କଲେ ଜଳେଶ୍ଵର ବ୍ଲକର ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସହାୟିକା ସଂଘ । ଆଜି ପୂର୍ବାହ୍ନରେ ସଂଘ ତରଫରୁ ଜଳେଶ୍ଵର ବ୍ଲକ ରାଇବଣିଆ ଠାରେ ସଂଘର ଜିଲ୍ଲା ସମ୍ପାଦିକା ତଥା ବ୍ଲକ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ଦାସଙ୍କ ନେତୃତ୍ୱରେ ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶାକର୍ମୀ ଓ ପାଚିକାମାନେ ଯୋଗଦେଇ ବିଭିନ୍ନ ଦାବୀ ପୂରଣ ପାଇଁ ସ୍ଳୋଗାନ ଦେଇଥିଲେ । ”ଆମର ଦାବୀ ନ୍ୟାର୍ଯ୍ୟ ଦାବୀ, ସରକାର ତୁମେ ମାନି ନିଅ” ସ୍ଳୋଗାନ ଦେବା ସହିତ ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତି ଅନୁଯାଇ ୱାର୍କରମାନଙ୍କୁ ସର୍ବନିମ୍ନ ୨୧ ହଜାର ମାସିକ ଭତ୍ତା, ସର୍ବନିମ୍ନ ମାସିକ ପେନସନ ୧୦ ହଜାର ଟଙ୍କା ପ୍ରଦାନ କରିବା, କେନ୍ଦ୍ରୀୟ ସ୍କିମକୁ ସ୍ଥାୟୀକରଣ କରିବା, ଶିକ୍ଷା ସ୍ୱାସ୍ଥ୍ୟ ଭଳି ସେବା କ୍ଷେତ୍ରରେ ଘରୋଇ କରଣ ନିଷ୍ପତିକୁ ପ୍ରତ୍ୟାହାର କରିବା, ଜାତୀୟ ଶିକ୍ଷାନୀତିରେ ସ୍କୁଲ ସହ ଆଇସିଡିଏସକୁ ନ ମିଶାଇ ଆଇସିଡିଏସର ସ୍ୱତନ୍ତ୍ରତା ବଜାୟ ରଖିବା ଓ କରୋନା ଯୋଦ୍ଧାମାନଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ କଠୋର ଦାଣ୍ଡରେ ଦଣ୍ଡିତ କରିବା ଓ ଶ୍ରମିକ ମାନଙ୍କୁ ଲକଡାଉନ ସମୟରେ ମାସିକ ୭ ହଜାର ୫ ଶହ ଟଙ୍କା ପ୍ରଦାନ ଇତ୍ୟାଦି ଦାବୀ କରା ଯାଇଥିଲା । ଏଥିରେ ଜଳେଶ୍ଵର ସଂଘର ସମ୍ପାଦିକା କଳ୍ପନା ଦେ, ଉପଦେଷ୍ଟା କମଲ ଚକ୍ରବର୍ତ୍ତୀ, ମନୋରଞ୍ଜନ ଦାସ, ଶ୍ରୀନିବାସ ଦାସ ମହାପାତ୍ର, ଭବାନୀ ଆଶ, କାଳିପଦ ନାଗ ଓ ଅଙ୍ଗନୱାଡ଼ି କର୍ମୀ ସୁଜାତା ବାରିକ, ତୃପ୍ତିରାଣୀ ମହାନ୍ତି, କୁନ୍ତଳା ପାତ୍ର, ମମତା ଦାସ ମହାପାତ୍ର, ସୁଚିତ୍ରା ଆଶ, ଚମ୍ପାବତୀ ନାଗ, ଗୀତା ଘୋଷ, ଫୁଲ ସରେନ, ଅନ୍ନପୂର୍ଣ୍ଣା ପାତ୍ର, ପ୍ରବାସିନି ଗିରି, ମଞ୍ଜୁଲତା ପ୍ରାମାଣିକ ଓ ମୁସାରତ ଯାହଁ। ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା