ଲାଇଫ ସଙ୍ଗଠନ ଓ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବୃକ୍ଷ ହିଁ ଜୀବନ ଓ ପୃଥିବୀକୁ ସବୁଜ ବଳୟରେ ପରିଣତ କରିବା ପାଇଁ କେତେକ ଛାମୁଆ ସଙ୍ଗଠନ ଆଗେଇ ଆସିବା ଦେଖିବାକୁ ମିଳିଛି । ସେହି ସଙ୍ଗଠନ ଗୁଡ଼ିକ ମଧ୍ୟରୁ ଲାଇଫ ସଙ୍ଗଠନ, ଜଳେଶ୍ଵର ଓ ନେହେରୁ ଯୁବକେନ୍ଦ୍ର, ବାଲେଶ୍ଵର ଆନୁକୂଲ୍ୟରେ ଜଳେଶ୍ଵର ବ୍ଲକର ପୁରୁଣାପାଣି ଗ୍ରାମ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଜାତୀୟ ସାମାଜିକ ସ୍ୱେଚ୍ଛାସେବୀ କୌଶିକ ପଣ୍ଡା ପ୍ରଥମେ ଗଛ ଲଗାଇ ଷୋଭାରମ୍ଭ କରି ଥିବା ବେଳେ ଗ୍ରାମ୍ୟ ମୁଖ୍ୟ ବୀରକିଶୋର ଦାସ ଅତିଥି ଭାବରେ ଯୋଗ ଦେଇଥିଲେ ଓ ଲାଇଫ ସଙ୍ଗଠନ, ଜଳେଶ୍ଵରର ସମ୍ପାଦକ ତ୍ରିଲୋଚନ ଗିରି, ପ୍ରବର୍ତ୍ତକ ଗୋକୁଳାନନ୍ଦ ପ୍ରଧାନ, ସୁଶାନ୍ତ ଗାନ୍ଧୀ ପ୍ରମୁଖ ଉପସ୍ଥିତ ହୋଇ ବୃକ୍ଷରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ। ସମ୍ପାଦକ ଶ୍ରୀ ଗିରି ଉକ୍ତ ଗ୍ରାମରେ ୫ ଶହରୁ ଉର୍ଦ୍ଧ ଗଛ ଲଗାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଏପରି କାର୍ଯ୍ୟରେ ଲାଇଫ ସଙ୍ଗଠନକୁ ଜନସାଧାରଣ ପ୍ରଶଂସା କରିଥିଲେ ।  

ରିପୋର୍ଟ : ଭୂପତି କୁମାର ପରିଡା