କଳା ଓ କଳାକାର ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ : ପୌରାଣିକ ଗୀତିନାଟ୍ୟ “ଅପରାଜିତା”ରେ ବିଭୋର ହେଲେ ଦର୍ଶକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୁଧବାର ସଂଧ୍ୟାରେ ସ୍ଥାନୀୟ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ କଳା ଓ କଳାକାର ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ ଜିଲ୍ଲା ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କର୍ପୋରେଟର୍ ଆର୍ ମୁରଲୀ ମୋହନ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ନାଟ୍ୟକାର ଡ. ତ୍ରିପତି ସାହୁ, ସବିତା ଏକ୍ସପୋର୍ଟର ମୁଖ୍ୟ ପରିଚାଳକ ମିତେନ୍ ଭୂୟାଁ ଏବଂ ସ୍ୱସ୍ତିକ୍ କ୍ରିଏଟିଭସର ନିର୍ଦ୍ଦେଶିକା ଅନୁଜା ନନ୍ଦ ବିଶ୍ବାଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଷ୍ଠାନର ସଭାପତି ଇଂ. ଜାମିନୀକାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ତଥା ଓଡ଼ିଆ ନାଟ୍ୟ ସଂଘ ଗଞ୍ଜାମ ଜ଼ିଲ୍ଲା ସଭ୍ୟ ଡ. ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଓଡିଶା ନାଟ୍ୟ ସଂଘର ଦକ୍ଷିଣାଞ୍ଚଳ ଉପ ସଭାପତି ଇଂ. ମନୋଜ କୁମାର ଦଣ୍ଡପାଟ ନିଜ ବକ୍ତବ୍ୟରେ ନାଟ୍ୟ କଳାର ବିକାଶ ଦିଗରେ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ I ଉପସଭାନେତ୍ରୀ ଉଷାରାଣୀ ମହାପାତ୍ରଙ୍କ ପରିଚାଳନାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସହ ସମ୍ପାଦକ ପି. ସୁବାଷ ଚନ୍ଦ୍ର ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ରୂପକାର ତେଜରାଜ ପ୍ରଧାନ ଓ ବଳରାମ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ଗୀତିନାଟ୍ୟ “ଅପରାଜିତ” ମଞ୍ଚସ୍ଥ ହୋଇଥିଲା । ଏହି ଗୀତିନାଟ୍ୟଟିକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିବା ସହ ଯୁବ କଳାକାର ମାନଙ୍କ ଦ୍ବାରା ପରିବେଷଣ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ । ବହୁତ ଦିନ ପରେ ଏଭଳି ସଫଳ ଗୀତିନାଟ୍ୟ ଦେଖିଥିବାରୁ ଦର୍ଶକ ଏହାର ପୁନଃ ମଞ୍ଚନ ସକାଶେ ଅନୁରୋଧ କରିଥିଲେ I ସଙ୍ଗୀତରେ କାହ୍ନୁ ମହାପାତ୍ର, ମଞ୍ଜୁ ନାୟକ, ମଞ୍ଚ ସଜ୍ଜା ନଳିନୀ କାନ୍ତ ଗୌଡ, ରୂପସଜ୍ଜା –ଦୂର୍ଗାପ୍ରସାଦ ଆଚାର୍ଯ୍ୟ, ଜଗନ୍ନାଥ ଚିତ୍ରାଳୟ ଥିବାବେଳେ ବିଭିନ୍ନ ଭୂମିକାରେ ଜିତୁ ସାହୁ, ସାହିଲ୍ ପ୍ରଧାନ, ରାଜେଶ ନାୟକ, ଅରୁଣ କୁମାର ସାହୁ, ମାନସ ରଞ୍ଜନ ସ୍ୱାଇଁ, ରାମ ପାତ୍ର, ସାଗର ପଣ୍ଡା, ନରହରି ମହାରଣା, ଶୁଭାଷିଶ ସାହୁ, ଅକ୍ଷୟ କୁମାର ଭୂୟାଁ, ମନୋଜ କୁମାର ରଥ, କପଳି ବାସୁଦେବ ଦାସ, ସଂସ୍କାର ଗୌଡ଼, ନାରାୟଣ ସାହୁ, ପ୍ରିୟାଂଶା ନାୟକ, ମଞ୍ଜୁ ନାୟକ ଓ ଆଶୀଷା ସାହୁ ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ରାଜୁ ପାଢୀ, ସୁବୋଧ ପଟ୍ଟନାୟକ, ରବୀନ୍ଦ୍ର କୁମାର ନାୟକ, ସତ୍ୟ ମହାରଣା ଓ ସୁଦାମ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାନ ତରଫରୁ ଉପଦେଷ୍ଟା ରମେଶ ମହାପାତ୍ର ଓ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ ସଂଘର ଉପସଭାପତି (ଦକ୍ଷିଣାଞ୍ଚଳ)ର ମନୋଜ ଦଣ୍ଡପାଟ ସହ ସମ୍ପାଦକ ରାମଚନ୍ଦ୍ର ସାସମଲ, ଜିଲ୍ଲା ସଂଯୋଜକ ଡ. ମିହିର ତ୍ରିପାଠୀ ଓ ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଅନୀଳ ପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା