ଦିଗପହଣ୍ଡିରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଓଡିଶାର ବହୁ ପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଓ ଅନ୍ୟ କର୍ମକାର୍ତ୍ତାଙ୍କୁ ଦିଗପହଣ୍ଡିରେ ଯୁବ ସାମ୍ବାଦିକ ତଥା ସ୍ଵେଚ୍ଛାସେବୀମାନଙ୍କ ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ରାୟଗଡା ଜିଲ୍ଲାରେ କାର୍ଯ୍ୟକାରିଣୀ ବୈଠକ ନିର୍ଦ୍ଧାରିତ ଥିବା ହେତୁ ରାଜ୍ୟ ସଭାପତି ବିଭୁତି ଭୂଷଣ କରଙ୍କ ସମେତ ଅନ୍ୟାନ୍ୟ କର୍ମକାର୍ତ୍ତାମାନେ ରାଜଧାନୀ ଭୁବନେଶ୍ୱରରୁ ଗସ୍ତରେ ବାହାରିଥିଲେ । ଦିଗପହଣ୍ଡି ପ୍ରବେଶ ପଥରେ ଥିବା ପଥପାର୍ଶ୍ୱ ସେବା କେନ୍ଦ୍ର ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଯୁବ ସାମ୍ବାଦିକ ତଥା କର୍ମକାଣ୍ଡ ପଣ୍ଡିତ ସମ୍ଭବ ତ୍ରିପାଠୀଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ଓ ତାଙ୍କ ସହିତ ଆସିଥିବା ଅନ୍ୟ କର୍ମକାର୍ତ୍ତାଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଆସନ୍ତା ଦିନରେ ଗଞ୍ଜାମ ଜିଲ୍ଲାରେ ଜିଲା କାର୍ଯ୍ୟକାରିଣୀ ବୈଠକ ଚୂଡାନ୍ତ ହେବା ନେଇ ସୂଚନା ଦେଇଥିଲେ ରାଜ୍ୟ ସଭାପତି । ଏହି କାର୍ଯ୍ୟକାରିଣୀ ବୈଠକରେ ଅସଙ୍ଗଠିତ ସାମ୍ବାଦିକମାନଙ୍କୁ ସଂଗଠିତ କରିବା ସହିତ ସେମାନଙ୍କ ନୂତନ ପଞ୍ଜିକରଣ ଆଇଡ଼ି କାର୍ଡ ପ୍ରଦାନ ନେଇ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ମିଲନ ପାଣିଗ୍ରାହୀ, ବାଲ୍ମୀକି ଦୋରା, ସୁମନ ଭାଇ, ସଂଜୀବ ଭାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା