ଆଜି ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ତୋଫାନ ‘ଗାଜା’:ତାମିଲନାଡୁରେ ସ୍କୁଲ୍‌, କଲେଜ ବନ୍ଦ …

ଚେନ୍ନାଇ (ସମୃଦ୍ଧ ଓଡିଶା) ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇ ଠାରୁ ୪୭୦ କିଲୋମିଟର ଦୂରରେ ରହିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍‌ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ ପରେ ତାମିଲନାଡୁ, ପୁଦ୍ଦୁଚେରୀ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଗୁରୁବାର ସନ୍ଧ୍ୟା କିମ୍ବା ରାତିରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିବ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା କିଂବା ରାତିରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗର ପବନ ସହ ଗାଜା ସ୍ଥଳଭାଗ ଛୁଇଁବ । ତେଣୁ ତାମିଲନାଡୁରେ ସମସ୍ତ ସ୍ଚୁଲ, କଲେଜ ବନ୍ଦ କରାଯାଇଛି ।

ରିପୋର୍ଟ : ପି. ସୁମିତ କୁମାର