ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମଳନୀ ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ନାମ୍ପ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଜନତାପାର୍ଟିର ଏକ କର୍ମୀ ସମ୍ମଳନୀ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦର ୯ ଓ ୧୦ ନମ୍ବର ଜୋନର ବହୁ କର୍ମୀମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ସହ ଆସନ୍ତା ବିଧାନସଭା ନିର୍ବାଚନରେ ଦଳକୁ କିପରି ଅଧିକା ସଫଳତା ପ୍ରାପ୍ତ ହେବ ସେଥିପାଇଁ କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା ।ଗୋପାଳ ଚନ୍ଦ୍ର ଦତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଜେପି ଜିଲ୍ଲା ଉପସଭାପତି ଅରୁଣ କୁମାର ବେଜ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିପିନବିହାରୀ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ନନୀଗୋପାଲ ଦାସଙ୍କ ସହିତ ବହୁ ରାଜ୍ୟ ସ୍ତରୀୟ କର୍ମୀମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା