ଅର୍ନବ ଚ୍ୟାରିଟେବୁଲ ଫାଉଣ୍ଡେସନ ଆନୁକୁଲ୍ୟରେ ବିଶାଳ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ : ମୋଟ ୮୫ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡ଼ିଶା) ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜଳେଶ୍ଵର ବଡ଼ବଜାର ସ୍ଥିତ ସତ୍ୟ ନାରାୟଣ ମନ୍ଦିର ପରିସରରେ ଅର୍ନବ ଚ୍ୟାରିଟେବୁଲ ଫାଉଣ୍ଡେସନ ଆନୁକୁଲ୍ୟରେ ବିଶାଳ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଜଳେଶ୍ଵର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ପୁନମ ରାଉତ ଓ ଅନ୍ୟତମ ସମ୍ମାନୀତ ଅତିଥି ବାଲେଶ୍ଵର ରକ୍ତ ଭଣ୍ଡାରର ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ, ଅର୍ନବ ଚ୍ୟାରିଟେବୁଲ ଫାଉଣ୍ଡେସନର ସଭାପତି ଶ୍ରୀମତୀ ଦିପ୍ତି ରାଣୀ ନନ୍ଦି ଓ ବାଲେଶ୍ଵର ରକ୍ତ ଭଣ୍ଡାର ସଭାପତି କମଲ ଚକ୍ରବର୍ତ୍ତୀ ମିଳିତ ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ତ୍ରିଲୋଚନ ଦାସ ଅଧିକାରୀ, ହରେନ୍ଦ୍ର ପାତ୍ର, ଶଙ୍କର ଦାସ ଅଧିକାରୀ, ପ୍ରବୀର ପ୍ରଧାନ, ଶ୍ୟାସୁନ୍ଦର ଭୂୟାଁ, ସୁକୁମାର ରଣା, ସୁବ୍ରତ କୁମାର ରଣା, ମନୋରଞ୍ଜନ ଦାସ,  ଅନୁରାଧା ହୋତା, ସମ୍ପାଦକ ଆଦିକନ୍ଦ ଦାସ ଅଧିକାରୀ, ସହ ସମ୍ପାଦକ ଭବେଶ ଠକ୍କର, କୋଷାଧ୍ୟକ୍ଷ ନିବେଦିତା ଦାସ ଅଧିକାରୀ, ଟ୍ରଷ୍ଟି ସାରଳା ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ହୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଓଡ଼ିଶାରେ କୌଣସି ବ୍ୟକ୍ତି ଯେମିତି ରକ୍ତ ଅଭାବରୁ ମୃତ୍ୟୁ ବରଣ ନ କରନ୍ତୁ, ସେଥିପାଇଁ ଟ୍ରଷ୍ଟ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି ଓ ଆଗକୁ ଏଭଳି ଅଧିକ ରକ୍ତ ଶିବିର କରାଯାଇ ଗରୀବ ଲୋକଙ୍କ ଜୀବନ ବଞ୍ଚାଇ ପାରିବ ବୋଲି ଟ୍ରଷ୍ଟ ର ସଭାପତି ଶ୍ରୀମତୀ ନନ୍ଦି କହିଛନ୍ତି । ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ରକ୍ତଦାତା ମାନଙ୍କୁ ପ୍ରଥମେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପରେ ସ୍ୱାସ୍ଥ୍ୟ ଟେକ୍ନିସିଆନ ଦେବାଶିଷ ଦତ୍ତ, ଜଗନ୍ନାଥ ପଣ୍ଡା, ଜ୍ୟୋତିଷ ପ୍ରଧାନ, ମନୋରଞ୍ଜନ ଦାସ ଓ ବିଦ୍ୟାଧର ସେଠି ପ୍ରମୁଖ ସ୍ୱାସ୍ଥ୍ୟ କର୍ମୀ ରକ୍ତ ସଂଗ୍ରହ କରିଥିଲେ । ମୋଟ ୮୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବାଲେଶ୍ବର ଜିଲ୍ଲା ରକ୍ତ ଭଣ୍ଡାରକୁ ପଠେଇ ଦିଆଯାଇଛି । ଟ୍ରଷ୍ଟର ସଭ୍ୟ ଦୀନକୃଷ୍ଣ ଗିରି, ଗାୟତ୍ରୀ ଗିରି, ମୁନମୁନ ବେଗ, ସୁଜାତା ସାହୁ, ଧରିତ୍ରୀ ସାହୁ, କ୍ରିଷ୍ଣା ଦେ, ନିରୋପାମା ଚାନ୍ଦ, ଗୌତମ କର୍ମକାର, ଅଶ୍ୱିନା ଠକ୍କର, ଅଶ୍ୱନି ପାତ୍ର, ସୁଜୟ ରାଉଳ, ସୁଶାନ୍ତ ମାଇତି, ବ୍ରାଇଟ ରଞ୍ଜନ ସେନାପତି, ସୁଶାନ୍ତ ସେନାପତି, କୃଷ୍ଣ ଗୁପ୍ତା, ବିଷ୍ଣୁ ଚରଣ ମାଇତି, ଶିବନାଥ କର, ଜଗନ୍ ଦାସ ଅଧିକାରୀ, ଦୀପକ ଗିରି, ସୁଶାନ୍ତ ନନ୍ଦୀ, କୈଳାସ ମାଇତି, ସସ୍ମିତା ପ୍ରଧାନ, ସାଗର ସେଠି, ଉତ୍ତମ ରାଉଳ ଓ ନିବେଦିତା ପ୍ରଧାନ ପ୍ରମୁଖ ସଭ୍ୟ ସଭ୍ୟା ସୁ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା