ଜଳେଶ୍ଵର ବିଜେପି ତରଫରୁ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) କାର୍ତ୍ତିକ ଧର୍ମମାସ ର ପବିତ୍ର ଗୋଷ୍ଠାଷ୍ଟମୀ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଲକ ଚମାରଗାଁ ପଞ୍ଚାୟତର ଚାଫଲା ଶିବମନ୍ଦିର ପ୍ରାଙ୍ଗଣରେ ଜଳେଶ୍ଵର ଭାଜପା ପକ୍ଷରୁ ଏକ ଗୋସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୧୧ ଗୋଟି ଗୋ ମାତାଙ୍କୁ ବସ୍ତ୍ର ପରିଧାନ ପୂର୍ବକ ଗନ୍ଧ, ପୁଷ୍ପ, ଧୂପ, ଦୀପ, ମାଲ୍ୟ ଓ ନୈବେଦ୍ୟ ଦେଇ ପୂଜା ଅର୍ଚ୍ଚନା କରିବା ପରେ ଗୋ ବନ୍ଦାପନା ସହ ଆରତୀ ଗାନ କରା ଯାଇଥିଲା । ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇ, ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ପ୍ରତ୍ୟେକ ଘରେ ଦେଶୀ ଗାଈ ପାଳିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ବିଜେପି ନେତା ଫାଲ୍ଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଗ୍ରାମ ଜେନା, ସତ୍ୟବ୍ରତ ପଣ୍ଡା, ବିଜୟ ପ୍ରାମାଣିକ, ଗିରିଜା ଶଙ୍କର ଗିରି, ସୁଜୟ ରାଉତ, ଜନ୍ମଜୟ ବେହେରା, ପୂର୍ବତନ ଗ୍ରାମ୍ୟ ମୁଖ୍ୟ ବିଷ୍ଣୁପଦ ବେହେରା, ମୃତୁଞ୍ଜୟ ଭୂୟାଁ, ଅଜୟ ରାଉତ, ରାମଚନ୍ଦ୍ର ପରିଡ଼ା, ଗୌରୀଶଙ୍କର ଦତ୍ତ, ତ୍ରିଲୋଚନ ଜେନା, ଆରତୀ ଭୂୟାଁ, ଅଞ୍ଜନ ରାଉତ, ହରିଶ୍ଚନ୍ଦ୍ର ସେନାପତି, ଅମିତା ଭୂୟାଁ, ବୀଣାପାଣି ଦତ୍ତ, ବୀଣାପାଣି ସେନାପତି, ଯୁବ ସମାଜସେବୀ ଗୋପ ଗ୍ରାମର ସଂଜୀବ ପ୍ରଧାନ ଯୋଗଦେଇ ଗୋ-ସମ୍ପଦ ଅମୂଲ୍ୟ ସମ୍ପଦ ବୋଲି ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି ପରିଡା