ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ଫୋରମର କର୍ମକର୍ତ୍ତା ମାନେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ପରିସରରେ ଏକତ୍ରିତ ହୋଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଧୂପଦାନ କରିଥିଲେ l “ପଣ୍ଡିତ ଗୋପବନ୍ଧୁ ଅମର ରହେ” ନାରା ଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଫୋରମର ଉପସଭାପତି ଅଖିଳ ମହାପାତ୍ର, ପଙ୍କଜ ନାୟକ, ସମ୍ପାଦକ ଭରତ ଦାସ, ସହସଂପାଦକ ତଥା ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର, ମହିଳା ପ୍ରମୁଖ ପ୍ରଭାତୀ ମହାପାତ୍ର, ନଗର ସମ୍ପାଦକ ଦୟାନିଧି ବେହେରା, ସଦସ୍ୟ ସରୋଜ ଶତପଥୀ, କାମାକ୍ଷା ବେହେରା, ରୁଦ୍ର ମହାପାତ୍ର, ଆଇନଜୀବୀ ଅମ୍ବିକା ମିଶ୍ର, ନରହରି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ l