ହାଥରସ୍ ପୀଡିତାଙ୍କୁ ନ୍ୟାୟ ଦାବିରେ ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଉତ୍ତରପ୍ରଦେଶ ହାଥରସ୍ ପୀଡିତାଙ୍କୁ ନ୍ୟାୟ ଦାବିରେ ଶୁକ୍ରବାର ସନ୍ଧ୍ୟାରେ ଭଞ୍ଜନଗର ଯୁବ କଂଗ୍ରେସ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ହାଥରସରେ ପୋଲିସ ଦ୍ୱାରା ରାତିଅଧିଆ ପ୍ରମାଣ ନଷ୍ଟ କରିବାକୁ ଯେଉଁଭଳି ଭାବରେ ମୃତଦେହକୁ ପୋଡି ଦିଆଗଲା ତାହା ଯୋଗୀ ସରକାରଙ୍କ ଗୁଣ୍ଡାରାଜକୁ ପ୍ରମାଣ କରୁଛି ବୋଲି ଦଳ ସହ ଅଭିଯୋଗ କରିଛି । ଏଥି ସହିତ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦଳ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ କରାଯାଉଛି । ଦଳ ପକ୍ଷରୁ ଉତ୍କଳମଣିଙ୍କ ଜନ୍ମ ଦିବସରେ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପରେ କ୍ୟାଣ୍ଡେଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଏହି ଶୋଭାଯାତ୍ରା ସ୍ଥାନୀୟ ବସ୍ ଷ୍ଟାଣ୍ଡଠାରୁ ଖାଲାସାହି ପ୍ରର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଶୋଭାଯାତ୍ରାରେ ଭଞ୍ଜନଗର ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଷୋୟୀ ନେତୃତ୍ୱରେ ଚିନ୍ମୟ କୁମାର ହୋତା, ମଣ୍ଟୁ ପ୍ରଧାନ, ଦେବାଶିଷ ମହାନ୍ତି, ଲୋକନାଥ ସେଠୀ, ଜବାହରଲାଲ ସାହୁ, ବିନାୟକ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ସାହୁ, ସାନୁ ବେହେରା, ଦୁର୍ଗା ପ୍ରଶାଦ ତ୍ରିପାଠୀଙ୍କ ସମେତ ବହୁ ଯୁବ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ ।