ଶ୍ରୀମତି ଦର୍ଶନା ଜରଦୋଷଙ୍କ ବ୍ରହ୍ମପୁର ଗସ୍ତ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ଜାନୁୟାରୀ ତା.୯, ୧୦, ୧୧ ରିଖ ଦିନ ଲୋକସଭା ପ୍ରବାସ ଯୋଜନାରେ ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଷଙ୍କ ବ୍ରହ୍ମପୁର ଗସ୍ତ ଅବସରରେ ଆଜି ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ “ପ୍ରସ୍ତୁତି ବୈଠକ” ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ରେଳ ଷ୍ଟେଷନ୍ ରୋଡ଼ ସ୍ଥିତ ସ୍ୱତନ୍ତ୍ର ସାରକିଟ୍ ହାଉସ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୯ ତାରିଖ ପୂର୍ବାହ୍ନ ଘ.୧୦ : ୦୦ ସମୟରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ଦର୍ଶନା ଜରଦୋଷ ବ୍ରହ୍ମପୁର ରେଳ ଷ୍ଟେଷନରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ୱର୍ଦ୍ଧନା କରାଯିବା ସହ ସ୍ୱତନ୍ତ୍ର ସାରକିଟ୍ ହାଉସ୍ ଠାରେ ପହଞ୍ଚି ବିଭିନ୍ନ ପଦାଧିକାରୀ ମାନଙ୍କ ସହ ବୈଠକ ଅନୁଷ୍ଠିତ ହେବ । ଅପରାହ୍ନରେ ସାମ୍ୱାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ କୁକୁଡ଼ାଖଣ୍ଡି ଗସ୍ତରେ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି ସଂଧ୍ୟାରେ ବ୍ରହ୍ମପୁର ଠାରେ ବୁଣାକାରଙ୍କ ସହ ସାକ୍ଷାତ,ତା’ପରେ ମାଁ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରି ବିଚାର ପରିବାର କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୧୦ ତାରିଖ ଦିନ ପାତ୍ରପୁର ଠାରେ ଦଳୀୟ କାର୍ଯକର୍ତ୍ତାଙ୍କ ସହ ବୈଠକ ସାରି ପାରଳାଖେମୁଣ୍ଡି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ୧୧ ତାରିଖ ଦିନ ସକାଳେ ଗୋପାଳପୁର ଠାରେ “ସ୍ୱଛ ସାଗର ସୁରକ୍ଷିତ ସାଗର” କାର୍ଯ୍ୟକ୍ରମରେ ଯୋଗ ଦେଇ ମତ୍ସ୍ୟଜୀବି ମାନଙ୍କ ସହିତ ଆଲୋଚନା କରିବେ । ପରେ ଗୋଳନ୍ଥରା ଠାରେ ନୂତନ ମତଦାତା ମାନଙ୍କ ସହ ବୈଠକରେ ଭାଗ ନେଇ ଛତ୍ରପୁର ଯାଇ ସେଠାରେ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବେ ପରେ ସେଠାରୁ ଭୂବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାର ପଦାଧିକାରୀ ଏବଂ ବରିଷ୍ଠ ନେତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ସଭାପତି ବିଭୂତି ଜେନାଙ୍କ ସମେତ ବ୍ରହ୍ମପୁର ଲୋକସଭା ପ୍ରଭାରୀ ଅଶୋକ ମିଶ୍ର, ବ୍ରହ୍ମପୁର ଲୋକସଭା ସଂଯଯୋକ ସରୋଜ ସାବତ, ରାଜ୍ୟ ଉପ ସଭାପତି ତଥା ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଭୢଗୁ ବକ୍ସିପାତ୍ର, ବ୍ରହ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି, ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର, ସିଦ୍ଧାନ୍ତ ଗଙ୍ଗଦେବ, ରାଜେଶ ସାହୁ, ମହନ୍ତ ଚିନ୍ମୟାନନ୍ଦ ଦାସ, କାମନା ପାଢ଼ୀ, ରାମ ପ୍ରସାଦ ସାମଲ, ଜିଲ୍ଲା ଉପ ସଭାପତି ଡ଼ା.ସୁବାଷ ସାହୁ, ମନୋଜ ପଟନାୟକ, ୱାଇ.ମହୋନ ରାଓ, ରାମ କୁମାର ପାତ୍ର, ସୁନିଲ କୁମାର ସାହୁ, ରଶ୍ମୀରେଖା ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ପ୍ରଭାତ କିରଣ ଷଡ଼ଙ୍ଗୀ, ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ଭୀମସେନ ବେହେରା, ବନ୍ଦିତା ତ୍ରିପାଠୀ, ସୁଶିଳା ମଲ୍ଲିକ, ବସନ୍ତ ବେହେରା, ବାପି ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ୱତୀ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମୋଦନ ମହୋନ ପାତ୍ର ପ୍ରମୁଖଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୣବୢନ୍ଦ ଯୋଗ ଦେଇଥିଲେ ବୋଲି ବିଜେପିର ଜିଲ୍ଲା ଉପ-ସଭାପତି/ମିଡ଼ିଆ ପ୍ରଭାରୀ, ସୁନିଲ କୁମାର ସାହୁ ଜଣାଇଛନ୍ତି ।

ରିପୋର୍ଟ : ରଜତ ପଟ୍ଟନାୟକ