ବୁଝି ହେଉନାହିଁ, ମୁଁ ଜଣେ ପାଗଳ ନା ଏ ସମାଜ ?!(୧)…

ମୁଁ ଜଣେ ପାଗଳ କି, ଯିଏ ଦିନରାତି ମଣିଷ ସମାଜ, ରାଷ୍ଟ୍ର ତଥା ବିଶ୍ୱର ପରିବର୍ତ୍ତିତ ଚେହେରା ଦେଖିବା ପାଇଁ ବ୍ୟାକୁଳ ଅବସ୍ଥାରେ ରହିଛି । କି’ନ୍ତୁ କାହାର ପରିବର୍ତ୍ତିତ ଚେହେରା ଦେଖିବି ଆଉ କ’ଣ ପରିବର୍ତ୍ତନର ଆବଶ୍ୟକତା ରହିଛି ଆଜି ସମୟରେ ?! ହୁଏତ ମୋତେ କିଛି ବୁଝୁନାହିଁ କି…?!! ସମଗ୍ର ମଣିଷ ସମାଜ ଆଜି ଜ୍ଞାନର ଚରମ ଶୀର୍ଷରେ ବୋଲି ଭାବୁଛନ୍ତି ନିଜକୁ ନିଜେ ! କିଏ କାହାକୁ ସଂସ୍କାର ଶିଖାଇବ ?! ସମସ୍ତେ ଏକକୁ ବଳି ଆରେକ ପାରିବା ମଣିଷ । କିଏ କାହାକୁ କ’ଣ ଶିଖାଇବ । ସମସ୍ତେ ଆଜି ସବୁ କଥା ଜାଣି ପାରୁଛନ୍ତି, ବୁଝି ପାରୁଛନ୍ତି । କାହାକୁ କିଛି କହିବାକୁ, ବୁଝାଇବାକୁ ଗଲେ ଆଉ ୧୦ ପଦ ଅଧିକ ଶୁଣିବାକୁ ମିଳୁଛି । ତେଣୁ ହୁଏତ ମଣିଷ ସମାଜ ସମ୍ପୂର୍ଣ୍ଣ ରୂପେ ସଂସ୍କୃତ ହୋଇ ସାରିଛି ବୋଲି ଆମକୁ ଅନୁଭବ ହେଉଛି । ଯୁଗ ଯୁଗର ଅପେକ୍ଷା ପରବର୍ତ୍ତୀ ବର୍ତ୍ତମାନ ଶିକ୍ଷା, ବୁଦ୍ଧି, ଜ୍ଞାନ ଏତେ ମାତ୍ରାରେ ମଣିଷ ସମାଜରେ ଆକସ୍ମିକ ଭାବେ ବିତରଣ ହେଲା କିପରି ଆଉ ସମସ୍ତେ ହଠାତ ଏତେ ଶିକ୍ଷିତ, ଜ୍ଞାନୀ, ବୁଦ୍ଧିମାନ ହୋଇଗଲେ କିପରି ଏକ ସମୀକ୍ଷା କରି ଦେଖିବାରେ ଉତ୍ତର ମିଳିଲା- ପ୍ରମାଣପତ୍ର ମାଧ୍ୟମରେ ଯଥେଷ୍ଟ ଶିକ୍ଷା, ଦୂରଦର୍ଶନ ମାଧ୍ୟମରେ ଅପାର ଜ୍ଞାନ ଆଉ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ବିଚକ୍ଷଣ ବୁଦ୍ଧି ସମୂହ ମଣିଷ ସମାଜରେ ଏତେ କ୍ଷିପ୍ର ଗତିରେ ପ୍ରଚାର, ପ୍ରସାର ହେଊଛିଯେ ମଣିଷ ମସ୍ତିଷ୍କ ସେଗୁଡିକୁ ଆଯତ୍ତାଧିନ କରିବା କଷ୍ଟକର ହୋଇପଡୁଛି । ଏମିତିକି ସବୁ ମଣିଷଙ୍କ ମସ୍ତିଷ୍କ ଗୋଟିଏ ଗୋଟିଏ ଜ୍ଞାନର ଭଣ୍ଡାର ହୋଇ ସାରିଥିବା ଅନୁଭବ ହେଉଛି ପ୍ରାୟତଃ ସମସ୍ତଙ୍କୁ । ଗୁଲି ଖଟିରେ ହେଉ କି ସାଧାରଣ ସଭାରେ ଦେଖିବାକୁ ମିଳୁଛି ଯେ ସମସ୍ତେ ସବୁ ବିଷୟରେ ଭାଷଣ ଦେଇ ପାରୁଛନ୍ତି, ଜ୍ଞାନ ବିତରଣ କରି ପାରୁଛନ୍ତି । ଆଉ ଏମିତି କୌଣସି କଥା ନାହିଁ କି କାହାକୁ ବୁଝୁନାହିଁ, ଜଣାନାହିଁ । ଯାହା ହେଉ ସମସ୍ତେ ଜ୍ଞାନ ଆହରଣ କରିବା ଅତ୍ୟନ୍ତ ଭଲ । ଆଉ ଆମ ସାମାଜିକ ସଂସ୍କାର ଉଦ୍ଦେଶ୍ୟ ସେଇଆ ହିଁ ଥିଲା କି ସମସ୍ତେ ଉଚିତ, ଉପଯୁକ୍ତ ଜ୍ଞାନ ପାଆନ୍ତୁ । ହେଲେ ସେମାନେ ସମସ୍ତଙ୍କ ବ୍ୟକ୍ତିଗତ ଅନୁଭବ ଗୁଡିକର କିଛି ବାସ୍ତବତା, ସତ୍ୟତା ରହିଛି ନା କେବଳ ଏକ ଅଲୌକିକ ଛଳନାରେ ନିଜକୁ ନିଜେ ଜ୍ଞାନୀ ବୋଲି ଭାବୁଛନ୍ତି, ଟିକେ ଭଲଭାବେ ତର୍ଜମା କରି ଦେଖିବା… ଏଠାରେ କିଛି ପ୍ରଶ୍ନ ଉଠାଇବା ଯାହା ସବୁ ପ୍ରାକୃତିକ ଆଉ ବୈଜ୍ଞାନିକ ଗବେଷିତ ତଥ୍ୟର ସତ୍ୟତା ଉପରେ ଆଧାରିତ । ଅନୁରୂପ ଆଉ କିଛି ପ୍ରଶ୍ନ ଦେଖିବା ଯାହାସବୁ କିଛି ଚତୁର ମଣିଷ ନିଜସ୍ୱ ସ୍ୱାର୍ଥ ଦୃଷ୍ଟିରୁ ସମାଜରେ ସୃଷ୍ଟି କରି ବିତରଣ କରୁଛନ୍ତି । ସେଥି ମଧ୍ୟରୁ ଯେଉଁମାନେ ସତ୍ୟ, ବାସ୍ତବ ପ୍ରଶ୍ନ ଗୁଡିକର ଉତ୍ତର ଜାଣନ୍ତି ସେମାନେ ନିଜକୁ ଜ୍ଞାନୀ ବୋଲି ଭାବିବା ଏବଂ ବିଭିନ୍ନ ମାଧ୍ୟମରୁ ସଂଗୃହିତ ଅଲୌକିକ, ଅସାମଞ୍ଜସ୍ୟ, ଅସଂଯୋଜିତ, ଅବୈଜ୍ଞାନିକ ବିଷୟ ଗୁଡିକୁ ଜାଣି ନିଜକୁ ଜ୍ଞାନୀ ବୋଲି ଭାବିବା ମଧ୍ୟରେ ପାର୍ଥକ୍ୟ କ’ଣ ନିଜେ ନିଜେ ହିଁ ବିଚାରକୁ ନେବେ…! ଏଠାରେ ଗୋଟିଏ ଉଦାହରଣ ଦେବାକୁ ଭୁଲିବା ନାହିଁ କି ଯେଉଁ ସବୁ ସାମାଜିକ ଗଣ ମାଧ୍ୟମ ଗୁଡ଼ିକରୁ ପ୍ରକାଣ୍ଡ ଜ୍ଞାନ ଆହରଣ କରିଥା’ନ୍ତି ଆମ ଦେଶ ଲୋକେ ସେସବୁ ଗଣ ମାଧ୍ୟମର ବ୍ୟବହୃତ ଯନ୍ତ୍ରାଂଶ ସହିତ ପ୍ରୋଗ୍ରାମ ସଫ୍ଟେଓର ଗୁଡିକ ମଧ୍ୟ ଆମ ଦେଶରେ ପ୍ରସ୍ତୁତ ହୋଇ ନାହିଁ । କେବଳ ବକ୍ତବ୍ୟର ପରିଭାଷା ଆମର । ଇତି ମଧ୍ୟରେ କେତେକ ବିଦେଶୀ ଗଣମାଧ୍ୟମ ଗୁଡ଼ିକରୁ ଦେଖିବାକୁ ମିଳୁଛି ଯେ ସେମାନେ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି କରିଥା’ନ୍ତି ଗଣମାଧ୍ୟମରେ ଏବଂ ତାହାର ବିଶେଷ ଉତ୍ତର ଗୁଡିକୁ ସମୀକ୍ଷା ମୂଳକ ଭାବେ ତର୍ଜମା କରିଥା’ନ୍ତି ସତ୍ୟର ଉନ୍ମୋଚନ କରିବା ପାଇଁ । କି’ନ୍ତୁ ଆମ ଦେଶ ଲୋକଙ୍କ ବକ୍ତ୍ୟବ୍ୟ ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳୁଛି ବିଦେଶୀଙ୍କୁ ତୁଳନା କଲେ । ଅର୍ଥାତ ଆମ ଦେଶର ପ୍ରତ୍ୟେକ ମଣିଷ ସିଧାସଳଖ ଉତ୍ତର ଲେଖନ୍ତି ଗଣମାଧ୍ୟମରେ ଯାହା ପ୍ରଶ୍ନବାଚୀ ସମସ୍ୟ ସୃଷ୍ଟି କରିଥାଏ ମୋ ଭଳି ସାଧାରଣ ମଣିଷଙ୍କ ମସ୍ତିଷ୍କରେ । ଏଇଥିରୁ ମୁ କିଂଚିତ ଅନୁମାନ କରିପାରୁଛି ହୁଏତ ଆମ ଦେଶ ଲୋକଙ୍କ ସ୍ଥାନ ବର୍ତ୍ତମାନ ସର୍ବାଗ୍ରେ ନିଶ୍ଚିତ ରହିଥିବ ସବୁ କ୍ଷେତ୍ରରେ ବନାମ ସମଗ୍ର ବିଶ୍ୱବାସୀ । ସତ୍ୟ ଉପରେ ଆଧାରିତ ପ୍ରଥମ ପର୍ଯ୍ୟାୟର ପ୍ରଶ୍ନ ଗୁଡିକର ଉତ୍ତର କାହାକୁ କେତେ ମାତ୍ରାରେ ବୁଝୁଛି ବିଚାରକୁ ନିଅନ୍ତୁ ଏବଂ ତାହା ତଳେ ଦିଆଯାଇଥିବା ସାମାଜିକ ପ୍ରଚାରିତ ପ୍ରସାରିତ ତଥ୍ୟ ଗୁଡିକର ପୃଷ୍ଟପୋଷକତା କରୁଥିବା ମଣିଷଙ୍କ ଜ୍ଞାନର ସ୍ତର କେଉଁଠି ରହିଥିବ ଏବଂ ସେଗୁଡିକର ବାସ୍ତବ ରୂପରେଖ ଗୁଡିକ କାହାକୁ କେତିକି ବୁଝୁଛି ନିଜେ ନିଜେ ବିଶ୍ଳେଷଣ କରନ୍ତୁ । ତାପରେ ନିଜକୁ ସର୍ବ ଜଣା ବୋଲି ଭାବିବା କେତେ ଯୁକ୍ତି ଯୁକ୍ତ ନିଜେ ନିଜେ ବ୍ୟବଛେଦ କରନ୍ତୁ । ଆଉ ସେଗୁଡିକର ଉତ୍ତର ନପାଇଲେ ନିଜର ଜ୍ଞାନର ସ୍ତର କ’ଣ ବୁଝି ଆଗକୁ ବିଚାର କରନ୍ତୁ ।
୧. ସବୁ ଜିନିଷର ଅପ ମିଶ୍ରଣ କଥା ସମସ୍ତେ ବୁଝୁଛନ୍ତି ହେଲେ ଘରକୁ ଦିଆଯାଉଥିବା ବିଦ୍ୟୁତ ଶକ୍ତି ନିରୋଳା ନୁହେଁ, କେମିତି ?
୨. ଟଙ୍କା ଆସେ କେଉଁଠୁ ଏବଂ ତାହାର ପ୍ରକୃତ ଉତ୍ପାଦକ କିଏ ?
୩. ପ୍ରକୃତ ଟିକସ ଦାତା ଏବଂ ଟିକସ ଦେୟର ମିଛିମିଛିକା ଦାତା ସବୁ କିଏ ?
୪. ଆମେ ସେବନ କରୁଥିବା ଔଷଧ ରୋଗକୁ ନିର୍ମୁଳ କରେ ନା ତାହାର ଅନ୍ୟ କିଛି ପ୍ରଭାବ କାରଣରୁ ଆମେ ଲାଘବ ଅନୁଭବ କରିଥାଉ ଏବଂ ତାହାର ଶରୀରରେ କି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ରହିଥାଏ ?
୫. ସବୁଠାରୁ ସାଙ୍ଘାତିକ ମାଦକ ଦ୍ରବ୍ୟ କ’ଣ ଏବଂ ତାହାର ପରିଚୟ ସମାଜରେ କେଉଁ ଢଙ୍ଗରେ ପରିଚାଳିତ ?
୬. ଶିକ୍ଷିତ, ବୁଦ୍ଧିମାନ, ଚତୁର ଏବଂ ଜ୍ଞାନୀ ମଧ୍ୟରେ ପାର୍ଥକ୍ୟ ସବୁ କ’ଣ ଏବଂ ସମାଜରେ କାହାର ମାନ୍ୟତା କେତେ ଏବଂ ସେସବୁ କେମିତି ସୃଷ୍ଟି ହୋଇଥାଏ ?
୭. ଟଙ୍କାର ସାମାଜିକ ମାନ୍ୟତା କ’ଣ ଏବଂ ତାହାର କେତୋଟି ପରିମାପକ ରହିଛି ?
୮. ମା ଜନ୍ମ କରିଥିବା ସ୍ୱଚକ୍ଷୁରେ ନଦେଖି / ସ୍ୱଜ୍ଞାନରେ ନଜାଣି ମଧ୍ୟ ଆମେ ଗ୍ରହଣ କରିଥାଉ କାହିଁକି, କେମିତି ଏବଂ ତାହାର ପ୍ରାକୃତିକ ରହସ୍ୟ କ’ଣ ?
୯. ହିନ୍ଦୁ ଆର୍ଯ୍ୟ ମାନଙ୍କ ମୂଳ ଉତ୍ପତ୍ତି ସ୍ଥଳ କେଉଁଠୁ ?
୧୦. ଆଇରନ ସିରପ୍ ଏବଂ କଫ ସିରପ୍‌ର ମୁଖ୍ୟ ଉପାଦାନ ସବୁ କ’ଣ ?
୧୧. ସନାତନ ଧର୍ମ କ’ଣ, ତାହାର ରଚୟିତା କିଏ ଏବଂ ସନାତନ ଧର୍ମ ମଣିଷ ସମାଜକୁ ପ୍ରକୃତରେ କି ଶିକ୍ଷା ଦେବାପାଇଁ ଉଦ୍ଧିଷ୍ଠ ଥିଲା ?
୧୨. ମଣିଷ ଜୀବନର ବାସ୍ତବତା କ’ଣ ଏବଂ ଅତ୍ୟାଧୁନିକ ଆଜିର ମଣିଷ ତାକୁ ବୁଝିଛି କେତେ ଓ କିଏ ? (କ୍ରମଶଃ)

ପଙ୍କଜ କୁମାର ପାଣିଗ୍ରାହୀ
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ-୭୬୧୦୨୦
ଦୂରଭାଷ.: ୯୪୩୭୩୨୪୯୧୭.