ବ୍ରହ୍ମପୁର ଏସ.ପି.ଙ୍କ ଉପସ୍ଥିତିରେ ପୋଲିସ ଫେରାଇଲା ଲୁଟ୍ ହୋଇଥିବା ସୁନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚୋରି ହୋଇଥିବା ସୁନାକୁ ଲୁଟେରାଙ୍କ ଠାରୁ ଠାବ କରି ଦୀର୍ଘ ସାଢେ଼ ଚାରି ମାସ ପରେ ପୋଲିସ ଫେରାଇଲା ସୁନା । ବ୍ରହ୍ମପୁର ଗୋପାଳପୁର ଥାନା ଅଂଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ରହ୍ମପୁର ଗୋପାଳପୁର ଥାନା ପୋଲିସ ଚାରି ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଥିଲା । ସେମାନଙ୍କ ଠାରୁ ପୁଲିସ ପ୍ରାୟ ୨୩୫ ଗ୍ରାମ ଓଜନର ସୁନା ଗହଣା ଜବତ କରିଥିଲା । ସଦର ଥାନା ଅନ୍ତର୍ଗତ ବ୍ରଜନଗର ଅଞ୍ଚଳର ଏଚ୍.କେ ପୃଷ୍ଠିଙ୍କ ଘରୁ ଏହି ସୁନା ଚୋରି କରିଥିବା ଗିରଫ ଅଭିଯୁକ୍ତ ପୋଲିସ ନିକଟରେ ସ୍ବୀକାର କରିବା ପରେ ପୃଷ୍ଟିଙ୍କୁ ତାଙ୍କ ସୁନା ଫେରାଇଛି ପୋଲିସ । ଗତକାଲି ଏଚ.କେ ପୃଷ୍ଟି ଓ ତାଙ୍କ ପତ୍ନୀଙ୍କୁ ଏସ.ପି. ଶ୍ରବଣ ବିବେକ ଏମଙ୍କ ଉପସ୍ଥିତିରେ ୧୯୦ ଗ୍ରାମ ସୁନା ଦିଆଯାଇଥିଲା । ବଳକା ୪୫ ଗ୍ରାମ ସୁନା ଗୋପାଳପୁର ଥାନା ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ