ବିଜେପି ପକ୍ଷରୁ ଗଞ୍ଜାମ ଜିଲ୍ଲା ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀର ଗୋଳନ୍ଥରା ବିଜେପି ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କନିଷି ହାଟ ତୁଳୁରୋଡ ମାଁ ଗିରିଜା ବାସିନୀ ମନ୍ଦିର ଠାରେ ଗୋଳନ୍ଥରା ମଣ୍ଡଳର ସଭାପତି ସନତ କୁମାର ନାୟକଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୁଷଣ ଜେନା ଯୋଗଦେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ବାଟମାରଣା କରି ଓଡିଶା ସରକାର ନିଜ ନାମରେ ନାମିତ କରି ଅପପ୍ରଚାର କରିବା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁପକ୍କା ଘର ନାମରେ ନାମିତ କରିବା, କନିଷି, ରଣ୍ଡା, ଗୋଳନ୍ଥରାରେ ଜାତୀୟ ରାଜପଥରେ ଯଥାଶୀଘ୍ର ଓଭର୍ ବ୍ରିଜ୍ ନିର୍ମାଣ କରିବା, କନିଷି ହାଟରେ ପ୍ରାୟ ୫ହଜାର ଲୋକ ବସବାସ କରୁଥିବା ଯୋଗୁଁ ତୁରନ୍ତ ଏଠାରେ ଯଥାଶୀଘ୍ର ମଶାଣି ପାଇଁ ସରକାରୀ ଜାଗା ଯୋଗାଇ ଦେବା ପାଇଁ ଦାବି ଆଗତ କରାଯାଇଥିଲା । ମେଣ୍ଡରାଜ୍ ପୁରୁ ଠାରୁ ବ୍ରହ୍ମପୁର ନିତିଦିନ ଯିବା ଆସିବା ସ୍ଥାନୀୟ ଗ୍ରାମବାସୀଙ୍କ ସୁବିଧା ପାଇଁ ଟାଉନ ବସ୍ ଯୋଗାଇବା ନିମନ୍ତେ ଆଜିର କାର୍ଯ୍ୟକାରୀଣି ବୈଠକରେ ଦାବି ମଧ୍ୟ ଉପସ୍ଥାପନ କରାଯାଇଥିଲା । ଏଥିସହ କନିଷିରେ ଯଥାଶୀଘ୍ର ମେଡିକାଲ ସ୍ଥାପନ କରିବା ପାଇଁ ଦାବି କରିବା ସହ ବତ୍ତର୍ମାନ ଦେଖା ଦେଇଥିବା ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା । ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ସବୁ ଚାଷୀକୁ ସାମିଲ କରି ବର୍ଷକୁ ୬ ହଜାର ଟଙ୍କା ଯୋଗାଇ ଦେବା ପାଇଁ ଦାବି ଆଗତ କରାଗଲା । ବତ୍ତର୍ମାନ ଧାନ ମଣ୍ଡିରେ ଦୁର୍ନୀତି ବହୁ ମାତ୍ରାରେ ଦେଖାଯାଉଛି ଯଥାଶୀଘ୍ର ବଳକା ଚାଷୀମାନଙ୍କ ଧାନକୁ ମଣ୍ଡି ନେବା ପାଇଁ ଦାବି ଉପସ୍ଥାପନ କରାଯିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମଣ୍ଡଳ ସାଧାରଣ ସଂପାଦକ ବି. ନାରାୟଣ, ଜିଲ୍ଲା ସାଧାରଣ ସଂପାଦକ ଗଙ୍ଗାଧର ଶତପଥୀ, ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ମିଶ୍ର, ରାଜ୍ୟ କିଷାନ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ, ଗୋଳନ୍ଥରା ମଣ୍ଡଳ ପ୍ରଭାରୀ ସୁଶାନ୍ତ କୁମାର ନାୟକ, ପୂର୍ବତନ ମଣ୍ଡଳ ସଭାପତି ରଜତ କୁମାର ପଣ୍ଡିତ, ଗୋଳନ୍ଥରା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଗୋପୀନାଥ ମହାରଣା, ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ସୁନୀଲ କୁମାର ପାତ୍ର, କୃଷକ ମୋର୍ଚ୍ଚା ସଭାପତି କେଦାର ମହାନ୍ତି, ମଣ୍ଡଳର ବି. ଗଣେଶ ପାତ୍ରଙ୍କ ସମେତ ସମସ୍ତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।