କଂଗ୍ରେସ ପକ୍ଷରୁ ପାଳିତ ହେଲା ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଉତ୍ସବ…

ବ୍ରହ୍ମପୁର  (ସମୃଦ୍ଧ ଓଡିଶା) ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦେଶ କ୍ରମେ ମହାତ୍ମାଗାନ୍ଧୀଙ୍କ ଆଗମନ ୧୦୦ ବର୍ଷ ପୂରଣ ଅବସରରେ ଗାନ୍ଧୀ ନଗର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟା ଅର୍ପଣ କରାଯାଇଛି । ଏହାସହ କଂଗ୍ରେସ ଭବନ ଠାରେ ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟ, କୃଷକ ସେଲ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ କୁମାର ବିଷୋୟୀ, କପାଳ କୁନା, ବିସ୍ମୟ ମହାପାତ୍ର, ଯୁବ ନେତା ସିଦ୍ଧାନ୍ତ କୁମାର ସାହୁ, ଛାତ୍ର ନେତା ବିକାଶ ପଶୁପାଳକ, ଶିଶିର ଆଚାର୍ଯ୍ୟ, ବିକାଶ ନାୟକ, ସୁଜିତ ଦାସ, ଏସ୍ ଦଣ୍ଡପାଣି, ଅସିତ ଦଳାଇ, ପି.ରାଜା ରାଓ, ଭବାନୀ ସାହୁ ଓ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ।