ଜ୍ଞାନବିକାଶ ଆଇ.ଟି.ଆଇରେ ରଶ୍ମୀ ଗ୍ରୁପ ଅଫ ମେଟାଲିକ୍ ଲିଃ ପକ୍ଷରୁ କେମ୍ପସ୍ ଚୟନ…ଜଳେଶ୍ୱରରେ ….

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ଅନ୍ୟତମ ପ୍ରତିଷ୍ଠିତ ଜ୍ଞାନବିକାଶ ଆଇଟିଆଇରେ ଆଜି ରଶ୍ମୀ ଗ୍ରୁପ ଅଫ କମ୍ପାନୀ ପକ୍ଷରୁ କେମ୍ପସ୍ ଚୟନ କାର୍ଯ୍ୟ ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି । ବୈଷୟିକ ଶିକ୍ଷା ଯୋଗାଇ ଆସୁଥିବା ଉକ୍ତ ଆଇଟିଆଇକୁ ବିଭିନ୍ନ ସମୟରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କମ୍ପାନୀ ମାନଙ୍କର କର୍ତ୍ତୃପକ୍ଷ ମାନେ କେମ୍ପସ୍ ଚୟନ କରିବା ପାଇଁ ଆସିଥାନ୍ତି । ରଶ୍ମୀ ଗ୍ରୁପ ଅଫ କମ୍ପାନୀର ଡେପୁଟି ମ୍ୟାନେଜର (ଏଚ୍ଆର୍) ଶିଦେ୍ଧଶ୍ୱର ସର୍ମା ଚୟନ ପ୍ରକ୍ରିୟା ଆରମ୍ଭ କରି ଫିଟର ଟ୍ରେଡ୍ରୁ ୩୦ଜଣ ଛାତ୍ରଙ୍କୁ ଚୟନ କରିଥିବା ଜଣାଯାଇଛି । ଏହି ଚୟନ କାର୍ଯ୍ୟ ସମୟରେ ଜ୍ଞାନବିକାଶ ଆଇଟିଆଇର ପ୍ରତିଷ୍ଠାତା ଲେଲିନ୍ କୁମାର ପ୍ରଧାନ, ଯୁଗ୍ମ ସଂପାଦକ ଅନୁପ କୁମାର ପଣ୍ଡା ଉପସ୍ଥିତ ରହି ଉଦବୋଧନ ଦେବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା